୪ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ
୪ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ
ଢେଙ୍କାନାଳ : ଢେଙ୍କାନାଲ ଅବକାରୀ ସ୍ୱତନ୍ତ୍ର ସ୍କ୍ୱାର୍ଡ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବଳଦିଆ ବନ୍ଧ ଅଞ୍ଚଳରେ ଚଢ଼ାଉ କରି ୪୨ଗ୍ରାମ୍ର ବ୍ରାଉନସୁଗାର ଜବତ କରିଛି। ଏହା ସହ ଜଣେ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ।
ସୂଚନାନୁଯାୟୀ, ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ସେହିପରି ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ସ୍ଥାନୀୟ ବଳଦିଆ ବନ୍ଧ ଗ୍ରାମର ରାଜେନ୍ଦ୍ର ବେହେରା। ଗିରଫ ଯୁବକ ଜଣଙ୍କ ପୋଲିସର ସଲାସୁତରାରେ ଦୀର୍ଘଦିନ ହେଲା ଏହି ଧଳା ଜହର ବେପାର କରିଆସୁଥିଲା ବୋଲି ସୂଚନା ମିଳିଛି।




admin 