୩୭ ହଜାର ପିଲା +୩ରେ ନାମ ଲେଖାଇଲେ ନାହିଁ
୩୭ ହଜାର ପିଲା +୩ରେ ନାମ ଲେଖାଇଲେ ନାହିଁ
ଭୁବନେଶ୍ୱର : ଯୁକ୍ତ ୩ ପ୍ରଥମ ପର୍ୟ୍ୟାୟ ନାମଲେଖା ଶେଷ ହୋଇଛି। ଏ ପର୍ୟ୍ୟନ୍ତ ଯୋଗ୍ୟତା ଅର୍ଜନ କରିଥିବା ୩୭ ହଜାରରୁ ଅଧିକ ପିଲା ନାମ ଲେଖାଇ ନାହାନ୍ତି। ଏହି ପର୍ୟ୍ୟାୟରେ ୧ ଲକ୍ଷ ୬୮ ହଜାର ୫୩୭ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଥିଲେ । କଳାରେ ୧ ଲକ୍ଷ ୨ ହଜାର ୨୯୨, ଫିଜିକାଲ ସାଇନ୍ସରେ ୨୫ ହଜାର ୩୫୦, ବାୟୋଲୋଜିକାଲ ସାଇନ୍ସରେ ୧୮ ହଜାର ୩୩୮, ବାଣିଜ୍ୟରେ ୧୭ ହଜାର ୬୩୪, ସଂସ୍କୃତରେ ୩ ହଜାର ୭୮୮ ଓ ସେଲ୍ଫ ଫାଇନାନ୍ସିଂରେ ୧୧୩୫ ଜଣ ମେଧା ତାଲିକାରେ ରହିଥିଲେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୩୧ ହଜାର ୧୮୪ ଜଣ ନାମ ଲେଖାଇଛନ୍ତି । କଳାରେ ୮୧ ହଜାର ୩୬୯, ଫିଜିକାଲ ସାଇନ୍ସରେ ୧୮ ହଜାର ୬୦୬, ବାୟୋଲୋଜିକାଲ ସାଇନ୍ସରେ ୧୩ ହଜାର ୧୭୭, ବାଣିଜ୍ୟରେ ୧୪ ହଜାର ୧୬୨, ସଂସ୍କୃତରେ ୩୨୦୦ ଓ ସେଲ୍ଫ ଫାଇନାନ୍ସିଂରେ ୬୭୦ ଜଣ ୧୦୨୫ଟି କଲେଜରେ ନାମ ଲେଖାଇଛନ୍ତି । ଆହୁରି ୩୭ ହଜାର ୩୫୩ ଜଣ ଏପର୍ୟ୍ୟନ୍ତ ନାମ ଲେଖାଇ ନାହାନ୍ତି । ଆସନ୍ତା ୨୩ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ୨୩ ତାରିଖ ପୂର୍ବାହ୍ନ ୧୧ରେ ତାଲିକା ପ୍ରକାଶ ପରେ ୨୭ ତାରିଖ ଯାଏ ନାମଲେଖା ଫି’ ଦାଖଲ କରିହେବ । ଏହି ପର୍ୟ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୨୪ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ୨୪ରୁ ୨୯ ତାରିଖ ପର୍ୟ୍ୟନ୍ତ କଲେଜ କର୍ତ୍ତୃପକ୍ଷ ନାମଲେଖା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଇ-ସ୍ପେସରେ ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।