୩-ଏସ ଫର୍ମୁଲା ସଂପର୍କରେ କଣ କହିଲେ ଧର୍ମେନ୍ଦ୍ର

୩-ଏସ ଫର୍ମୁଲା ସଂପର୍କରେ କଣ କହିଲେ ଧର୍ମେନ୍ଦ୍ର

୩-ଏସ ଫର୍ମୁଲା ସଂପର୍କରେ କଣ କହିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା କୋଭିଡ ଟିକାକରଣ ଇତିହାସ ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ‘ସମ୍ବାଦ’ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ଏହି ଅବସରରେ ସମସ୍ୟା, ସମାଧାନ ଓ ସମ୍ଭାବନା(୩ଏସ) ଉପରେ ଧର୍ମେନ୍ଦ୍ର ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ ସମସ୍ୟା ଅଛି, ସମ୍ଭାବନା ବି ଅଛି । ଦରକାର କେବଳ ସମାଧାନ । ଓଡ଼ିଶାରେ ଅପପୁଷ୍ଟି ଏକ ପ୍ରମୁଖ ସମସ୍ୟା । ରାଜ୍ୟରେ ନବଜନ୍ମିତ ଶିଶୁର ଅର୍ଦ୍ଧାଧିକ ଅପପୁଷ୍ଟିର ଶିକାର । ଆସନ୍ତା ୧୫ ବର୍ଷରେ ଅପପୁଷ୍ଟି ଓ ଶିକ୍ଷା ଆମ ପାଇଁ ପ୍ରମୁଖ ସମସ୍ୟା ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଏଏନଏମ ଆନେ୍ଦାଳନ ପ୍ରସଙ୍ଗରେ ଶ୍ରୀ ପ୍ରଧାନ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରାଜ୍ୟର ୧୫ ହଜାର ଏଏନଏମ ଭଉଣୀ ମନ ଉଣା କରିଛନ୍ତି । ସରକାର ପ୍ରାଥମିକତା ଦେଇ ସେମାନଙ୍କ ସମସ୍ୟାର ସମାଧାନ କରନ୍ତୁ । ରାଜ୍ୟ ସରକାରଙ୍କୁ ବୁଝାମଣାର ରାସ୍ତା ବାହାର କରିବାକୁ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି ।