୨୫ ହଜାର କୋଟିର ଜମି ଦୁର୍ନୀତି : ତଦନ୍ତ ଭାର ଗ୍ରହଣ କଲା ସିବିଆଇ

୨୫ ହଜାର କୋଟିର ଜମି ଦୁର୍ନୀତି : ତଦନ୍ତ ଭାର ଗ୍ରହଣ କଲା ସିବିଆଇ

୨୫ ହଜାର କୋଟିର ଜମି ଦୁର୍ନୀତି : ତଦନ୍ତ ଭାର ଗ୍ରହଣ କଲା ସିବିଆଇ
ଶ୍ରୀନଗର/ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ହୋଇଥିବା ୨୫ ହଜାର କୋଟିର ଜମି ଦୁର୍ନୀତି ମାମଲାର ତଦନ୍ତ ଭାର ହାତକୁ ନେଇଛି ସିବିଆଇ । ଜମ୍ମୁ କାଶ୍ମୀର ଅର୍ଥ ବିଭାଗ କର୍ମଚାରୀଙ୍କ ପାଇଁ ଘୋଷଣା ହୋଇଥିବା ଏହି ଜମି ପ୍ରଦାନରେ ହେରଫେର କରାଯିବାର ଅଭିଯୋଗ ଆସିଥିଲା । ତେବେ ଜମ୍ମୁ କାଶ୍ମୀର ହାଇକୋର୍ଟଙ୍କ ପକ୍ଷରୁ ମାମଲାର ତଦନ୍ତଭାର ଆଜି ସିବିଆଇ ଗ୍ରହଣ କରିଛି । ଜମ୍ମୁ କାଶ୍ମୀର ଭିଜିଲାନ୍ସ ହାତରୁ ମାମଲାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରାଯାଇଛି । । ସିବିଆଇ ପକ୍ଷରୁ ମାମଲାକୁ ଗ୍ରହଣ କରାଯିବା ସହିତ ୩ଟି ପୃଥକ ମାମଲା ମଧ୍ୟ ରୁଜୁ କରାଯାଇଛି । ଜମ୍ମୁ କାଶ୍ମୀରର ରେଭିନ୍ୟୁ ବିଭାଗର କର୍ମଚାରୀଙ୍କ ବିରୋଧରେ ପ୍ରଥମ ମାମଲା ରୁଜୁ କରାଯାଇଛି । ସାମ୍ବା ଜିଲ୍ଲାର ଅଧିକାରୀଙ୍କ ବିରୋଧରେ ଦ୍ୱିତୀୟ ମାମଲା ରୁଜୁ କରାଯାଇଥିବା ବେଳେ ଉକ୍ତ ଜମିକୁ କିଣିଥିବା ଗାନ୍ଧୀ ନଗରର କ୍ରେତାଙ୍କ ବିରୋଧରେ ତୃତୀୟ ମାମଲା ରୁଜୁ କରାଯାଇଛି ।