ଜନମତର ଦୁଷ୍କର୍ମରୁ ଜନ୍ମ ନେଇଛନ୍ତି ନୀତିଶ : ଜଗଦାନନ୍ଦ

ଜନମତର ଦୁଷ୍କର୍ମରୁ ଜନ୍ମ ନେଇଛନ୍ତି ନୀତିଶ : ଜଗଦାନନ୍ଦ

ଜନମତର ଦୁଷ୍କର୍ମରୁ ଜନ୍ମ ନେଇଛନ୍ତି ନୀତିଶ : ଜଗଦାନନ୍ଦ
ପାଟନା :ବିହାର ବିଧାନସଭା ନିର୍ବାଚନ ସରି ଏନଡିଏ ମେଣ୍ଟ ସରକାର ଗଠନ କରି ସାରିଲାଣି । ନୀତିଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ସାରିଲେଣି । ମାତ୍ର ରାଜନୀତିକୁ ନେଇ ଆରୋପ ପ୍ରତ୍ୟାରୋପ ଥମିବାର ନା ନେଉନାହିଁ । ବିଜେପ ଜନମତ ସହିତ ଦୁଷ୍କର୍ମ କରିଛି । ଏପରି ବିବାଦୀୟ ବୟାନ ଦେଇଛନ୍ତି ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂ । ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବକୁ ଆରଜେଡି ବୟକଟ କରିଥିବା ବେଳେ ଜଗଦାନନ୍ଦ ଏପରି ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଛନ୍ତି । ଭାରତୀୟ ଜନତା ପାର୍ଟି ବିହାର ବାସୀଙ୍କ ଜନମତ ସହିତ ଦୁଷ୍କର୍ମ କରିଛି । ଏହି ଦୁଷ୍କର୍ମରୁ ଜନ୍ମ ନେଇଛନ୍ତି ନୀତିଶ କୁମାର । ପୂର୍ବରୁ ଧୋକା ଦେଇ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶଙ୍କୁ ଚଳିତ ଥର ମୁଖ୍ୟମନ୍ତ୍ରୀ ନୁହେଁ ବରଂ କଣ୍ଡେଇ କୁହାଯିବା ଉଚିତ ବୋଲି ଜଗଦାନନ୍ଦ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏପରି ଆରୋପ ପ୍ରତ୍ୟାରୋପ ସମୟରେ ସପ୍ତମ ଥର ତଥା କ୍ରମାଗତ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତିଶ କୁମାର ।