୨୪ ଘଣ୍ଟାରେ ୪୮ ହଜାର ଆକ୍ରାନ୍ତ, ୫୬୩ ମୃତ
୨୪ ଘଣ୍ଟାରେ ୪୮ ହଜାର ଆକ୍ରାନ୍ତ, ୫୬୩ ମୃତ
admin
Oct 30, 2020 - 05:04
Updated: Oct 30, 2020 - 05:04
ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୪୮ ହଜାର ୬୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୬୩ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୧ ହଜାର ୯୦କୁ ବୃଦ୍ଧି ହୋଇଛି । ସେହିପରିମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ୮୮ ହଜାର ୮୫୧କୁ ବୃଦ୍ଧି ହୋଇଛି । ଦେଶରେ ଏବେ ସୁଦ୍ଧା ମୋଟ୍ ଆକ୍ଟିଭ୍ କେସ୍ ୫ ଲକ୍ଷ ୯୪ ହଜାର ୩୮୬ ରହିଥିବାବେଳେ ସୁସ୍ଥଙ୍କସଂଖ୍ୟା ୭୩ ଲକ୍ଷ ୭୩ ହଜାର ୩୭୫ ରହିଛି ।
ଆଇସିଏମଆର ସୂଚନା ଅନୁସାରେ ଦେଶରେ ମୋଟ୍ ୧୦ କୋଟି ୭୭ ଲକ୍ଷ ୨୮ ହଜାର ୮୮ ନମୁନା ପରୀକ୍ଷଣ ହୋଇଛି । ଦିଲ୍ଲୀରେ କରୋନା ମାମଲାରେ ବୃଦ୍ଧି ଘଟିଛି । ପର୍ବପର୍ବାଣୀ ପାଇଁ ଭିଡ ଓ ବାୟୁର ଗୁଣବତ୍ତା ଖରାପ ହେବା ଯୋଗୁଁ ସେଠାରେ ଶ୍ବାସ ସମ୍ବନ୍ଧୀୟ ରୋଗ ବଢିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବାସୂଚନା ଅନୁସାରେ ଦିଲ୍ଲୀରେ ଗତ ଚାରି ସପ୍ତାହ ମଧ୍ୟରେ ୨୯ ହଜାର ୩୭୮ ନୂତନ ମାମଲା ସାମ୍ନାକୁ ଆସିଛି । ଅଗଷ୍ଟ ୭ ତାରିଖରେ ଭାରତରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷରେ ପହଞ୍ଚିଥିବାବେଳେ ସେପ୍ଟେମ୍ବର ୧୬ ତାରିଖରେ ୫୦ ଲକ୍ଷ ପାର କରିଥିଲା । ଅକ୍ଟୋବର ୧୧କୁ ଦେଶରେ ମୋଟ୍ ସଂକ୍ରମିତଙ୍କସଂଖ୍ୟା ୭୦ ଲକ୍ଷ ପାର୍ କରିଥିଲା ।