୨୦୨୧-୨୨ କେନ୍ଦ୍ରୀୟ ବଜେଟ୍‌ : ବଜେଟରେ ୩୦ଟି ବଡ ଘୋଷଣା

୨୦୨୧-୨୨ କେନ୍ଦ୍ରୀୟ ବଜେଟ୍‌ : ବଜେଟରେ ୩୦ଟି ବଡ ଘୋଷଣା

୨୦୨୧-୨୨ କେନ୍ଦ୍ରୀୟ ବଜେଟ୍‌ : ବଜେଟରେ ୩୦ଟି ବଡ ଘୋଷଣା
୧. ପ୍ରାଥମିକ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ୬ ବର୍ଷରେ ୬୪୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨. ଜଳ ଜୀବନ ମିଶନ ପାଇଁ ୨.୮୭ ଲକ୍ଷ କୋଟି ଟଙ୍କାର ଘୋଷଣା ୩. ୪୨ଟି ସହରାଂଚଳରେ ବାୟୂ ପ୍ରଦୂଷଣକୁ ପ୍ରତିହତ କରିବା ପାଇଁ ୨୨୧୭ କୋଟି ଟଙ୍କା ଖର୍ଚ୍ଚ କରାଯିବ ୪. କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କାର ବ୍ୟୟବରାଦ ୫. ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ମୋଟ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ । ଗତ ବର୍ଷ ଅପେକ୍ଷା ୧୩୭% ଅଧିକ । ୬. ନୂଆ ସ୍କା୍ରପେଜ ନୀତି : ବ୍ୟକ୍ତିଗତ ଯାନ କ୍ଷେତ୍ରରେ ୨୦ ବର୍ଷ ଓ ବାଣିଜି୍ୟକ ଯାନ କ୍ଷେତ୍ରରେ ୧୫ ବର୍ଷ । ଅର୍ଥାତ ଯାନ ଏତିକି ବର୍ଷର ହୋଇଥିଲେ ବ୍ୟବହାର ଯୋଗ୍ୟ ହେବ ନାହିଁ । ୭. ଜାତୀୟ ଭିତିଭୂମି ପାଇପଲାଇନରେ ୧ ଲକ୍ଷ କୋଟି ଟଙ୍କାର ୨୧୭ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି । ୮. ବିକାଶଶୀଳ ଆର୍ଥିକ ସଂସ୍ଥା ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ ଏକ ବିଲ ସଂସଦରେ ଆଗତ କରାଯିବ । ୯. ୩ ବର୍ଷ ମଧ୍ୟରେ ୭ଟି ଟେକ୍ସଟାଇଲ ପାର୍କ ସ୍ଥାପନ କରାଯିବ ୧୦. ପୁଞ୍ଜି ବ୍ୟୟ ପାଇଁ ୫.୫୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ୧୧. ରାସ୍ତା ଭିତିଭୂମିର ବିକାଶ ପାଇଁ ଅଧିକ ଅର୍ଥନୀତିକ କରିଡ଼ର ପ୍ରତିଷ୍ଠା କରାଯିବ ୧୨. ଚଳିତ ବର୍ଷ ୧୧ କିଲୋମିଟର ଜାତୀୟ ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ୧୩. ନିର୍ବାଚନକୁ ଆଖି ଆଗରେ ରଖି ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମରେ ଜାତୀୟ ରାଜପଥ ପ୍ରକଳ୍ପ ସଂକ୍ରାନ୍ତରେ ଘୋଷଣା କରାଯାଇଛି । ୧୪. ପଶ୍ଚିମବଙ୍ଗ ପାଇଁ ୬୭୫ କିମି ଜାତୀୟ ରାଜପଥ ନିମନ୍ତେ ୨୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୧୫. ରେଳବାଇ ପାଇଁ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି । ୧୬. ସରକାରୀ ବସ ପାଇଁ କେନ୍ଦ୍ର ସରକାର ଦେବେ ୧୮ ହଜାର କୋଟି ଟଙ୍କା ୧୭. ହାଇଡ୍ରୋଜେନ ଏନର୍ଜି ମିଶନ ସଂକ୍ରାନ୍ତରେ ଅର୍ଥମନ୍ତ୍ରୀଙ୍କ ଘୋଷଣା । ଗ୍ରୀନ ପାୱାର ଉତ୍ସରୁ ହାଇଡ୍ରୋଜେନ ଉପôାଦନ ପାଇଁ ଘୋଷଣା । ୧୮. ବନ୍ଦରର ବିକାଶ ପାଇଁ ପିପିପି ମୋଡ଼ରେ ୭ଟି ପ୍ରକଳ୍ପ ପାଇଁ ୨ ହଜାର କୋଟିର ବ୍ୟୟବରାଦ ୧୯. ଜାପାନ ଓ ଇଉରୋପରୁ ଭାରତକୁ ଅଧିକ ଜାହାଜ ଆସିବା ପାଇଁ ଯୋଜନା ୨୦. ଶକ୍ତିକ୍ଷେତ୍ର ପାଇଁ ୩ ଲକ୍ଷ ୫ ହଜାର କୋଟିର ବ୍ୟୟବରାଦ ୨୧. ଆସନ୍ତା ୩ ବର୍ଷ ମଧ୍ୟରେ ଦେଶର ଆଉ ୧୦୦ ସହରରେ ଗ୍ୟାସ ବିତରଣ ନେଟୱର୍କ ୨୨. ଗିଫ୍ଟ ସିଟିରେ କେନ୍ଦ୍ର ସରକାର କରିବେ ବିଶ୍ୱସ୍ତରୀୟ ଫାଇନ ଟେକ ହବ ୨୩. ଜାମ୍ମୁକାଶ୍ମୀରରେ ହେବ ଗ୍ୟାସ ପାଇପଲାଇନ ପ୍ରକଳ୍ପ ୨୪. ସୌର ଶକ୍ତି ନିଗମକୁ ୧ ହଜାର କୋଟି ଓ ନବୀକରଣ ଶକ୍ତି ବିକାଶ ପାଇଁ ୧୫ ଶହ କୋଟିର ବ୍ୟୟବରାଦ ୨୫. ବୀମା କ୍ଷେତ୍ରରେ ବୈଦେଶିକ ପୁଞ୍ଜିନିବେଶ ସୀମା ୪୯%ରୁ ୭୪%କୁ ବୃଦ୍ଧି ୨୬. ସରକାର ବ୍ୟାଙ୍କକୁ ଦିଆଯିବ ୨୦ ହଜାର କୋଟି ଟଙ୍କା ୨୭. ଆସେଟ ରିକନଷ୍ଟ୍ରକ୍ସନ କମ୍ପାନୀ ଓ ଆସେଟ ମ୍ୟାନେଜମେଂଟ କମ୍ପାନୀ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ୨୮. ୨ଟି ବେସରକାରୀ ବ୍ୟାଙ୍କ ଓ ଗୋଟିଏ ବେସରକାରୀ ବୀମା କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର କରାଯିବ ୨୯. ପୁଞ୍ଜି ପ୍ରତ୍ୟାହାରରୁ ୧.୭୫ ଲକ୍ଷ କୋଟି ଟଙ୍କା କେନ୍ଦ୍ର ସରକାର ପାଇବାକୁ ଲକ୍ଷ୍ୟ ରଖିଛନ୍ତି । ୩୦. ଚାଷୀଙ୍କୁ ୧୬.୫ ଲକ୍ଷ କୋଟିର ଋଣ ପ୍ରଦାନ ଲକ୍ଷ୍ୟ