୧୭ରେ ସର୍ବଦଳୀୟ ବୈଠକ

୧୭ରେ ସର୍ବଦଳୀୟ ବୈଠକ

୧୭ରେ ସର୍ବଦଳୀୟ ବୈଠକ
ଭୁବନେଶ୍ୱର: ଆସନ୍ତା ୧୮ରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଅଧିବେଶନ ପୂର୍ବରୁ ଆସନ୍ତା ୧୭ରେ ସର୍ବଦଳୀୟ ବୈଠକ ବସିବ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦେଳୀୟ ବୈଠକ ଡାକିଛନ୍ତି । ବିଧାନସଭା ଭିତରକୁ ଯିବା ପୂର୍ବରୁ ସମସ୍ତଙ୍କ କୋଭିଡ ଟେଷ୍ଟ କରାଯିବ । ୧୫ ତାରିଖରୁ ୧୭ ପର୍ଯ୍ୟନ୍ତ ସମସ୍ତଙ୍କର କୋଭିଡ ଟେଷ୍ଟ ହେବ ବୋଲି ବାଚସ୍ପତି କହିଛନ୍ତି ।ବଜେଟ ଅଧିବେଶନରେ ବିଧାନସଭା କେମିତି ସୁରୁଖୁରରେ ଚାଲିବ ସେନେଇ ଏହି ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ଏବେ ସୁଦ୍ଧା କରୋନାର ପା୍ରଦୁର୍ଭାବ କମିନାହିଁ । ତେଣୁ କରୋନା ସଂକ୍ରମଣକୁ ରୋକିବା ଦୃଷ୍ଟିରୁ ବିଧାନସଭା ଭିତରକୁ ଯିବାକୁ ଥିବା ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବ ବୋଲି ଜଣାଯାଇଛି ।