୧୬୯ ଦିନ ପରେ ଆରମ୍ଭ ହେଲା ମେଟ୍ରୋ ସେବା

୧୬୯ ଦିନ ପରେ ଆରମ୍ଭ ହେଲା ମେଟ୍ରୋ ସେବା

୧୬୯ ଦିନ ପରେ ଆରମ୍ଭ ହେଲା ମେଟ୍ରୋ ସେବା
ନୂଆଦିଲ୍ଲୀ : ଲକଡାଉନ ପରଠାରୁ ଦେଶବ୍ୟାପୀ ମେଟ୍ରୋ ସେବା ବନ୍ଦ ରଖାଯାଇଥିବା ବେଳେ ଆଜିଠାରୁ ଏହା ପୁନର୍ବାର ଆରମ୍ଭ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଥିରୀକୃତ ଗାଇଡ ଲାଇନ ଅନୁଯାୟୀ ଏହି ସେବା ଆରମ୍ଭ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ରହିଥିବା ମେଟ୍ରୋ ସେବାକୁ ଆରମ୍ଭ କରାଯାଇଛି । ଦିଲ୍ଲୀ, ନୋଇଡା, ଚେନ୍ନାଇ, କୋଚି, ବେଙ୍ଗାଲୁରୁ, ମୁମ୍ବାଇ ଲାଇନ ୧, ଜୟପୁର, ହାଇଦ୍ରାବାଦ, ମହା ମେଟ୍ରୋ (ନାଗପୁର), କୋଲକାତା, ଗୁଜରାଟ ଏବଂ ଉତ୍ତର ପ୍ରଦେଶରେ ଏହ ି ସେବା ଆରମ୍ଭ କରାଯାଇଛି । ତେବେ ମହାରାଷ୍ଟ୍ରରେ ଚଳିତ ମାସ ମେଟ୍ରୋ ସେବା ଆରମ୍ଭ କରାଯିବ ନାହିଁ । କ୍ୟାସ ଦେଣ ନେଣ ହେବ ନାହିଁ ଏବଂ ଟୋକନର ବ୍ୟବହାର ମଧ୍ୟ ହେବ ନାହିଁ । ସାମାଜିକ ଦୂରତ୍ୱର ପାଳନ ବାଧ୍ୟତାମୂଳକ କରାଯାଇଥିବା ବେଳେ ଷ୍ଟେସନରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି । ସେହିପରି କେଉଁ ଷ୍ଟେସନରୁ କେତେ ସମୟ ମଧ୍ୟରେ ଟ୍ରେନ ଚଳାଚଳ କରିବ ତାହା କର୍ତ୍ତୃପକ୍ଷ ନିର୍ଦ୍ଧାରଣ କରିବେ ।