୧୬ଟି ଜିଲ୍ଲାରେ ଟିକାକରଣ କାର୍ଯ୍ୟ ବନ୍ଦ, କାହିଁକି ଜାଣନ୍ତୁ
୧୬ଟି ଜିଲ୍ଲାରେ ଟିକାକରଣ କାର୍ଯ୍ୟ ବନ୍ଦ, କାହିଁକି ଜାଣନ୍ତୁ
ଭୁବନେଶ୍ୱର : କରୋନାକୁ ମାତ ଦେବା ପାଇଁ ଟିକାକରଣ ଅଭିଯାନକୁ ଜୋରଦାର ରାଯାଇଛି । ତେବେ ରାଜ୍ୟରେ ଏବେ ଟିକା ଅଭାବ ଦେଖାଦେଇଛି । ଟିକା ଅଭାବ ଯୋଗୁଁ ରାଜ୍ୟର ୧୬ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବା ଜଣାଯାଇଛି ।
ଟିକା ଅଭାବ ନେଇ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ଟିକା ଅଭାବ ଥିବାରୁ ଲକ୍ଷ୍ୟ ଅନୁଯାୟୀ ଟିକାକରଣ ହୋଇପାରୁନାହିଁ । ଗତକାଲି ମାତ୍ର ୪୯ ହଜାର ଲୋକଙ୍କୁ ଟିକାକରଣ ହୋଇଛି । ଏବେ କୋଭିସିଲ୍ଡ ୧୯ ହଜାର ଓ କୋଭାକ୍ସିନ ଟିକା ୩ ଲକ୍ଷ ଉପରେ ଅଛି । ଆଜି ୧୧୪ ସେସନରେ ଟିକାକରଣ କରୁଛୁ । ୨୭ଟି କେବଳ ଭୁବନେଶ୍ୱରରେ । ଟିକାନଥିବାରୁ ୧୬ଟି ଜିଲ୍ଲାରେ ଟିକାକରଣ କାର୍ଯ୍ୟ ବନ୍ଦ ରହିଛି । ଆଜି ୧ ଲକ୍ଷ କୋଭିସିଲ୍ଡ ଟିକା ଆସିବ, ହେଲେ ତାହା ପର୍ଯ୍ୟାପ୍ତ ନୁହେଁ । ପର୍ଯ୍ୟାପ୍ତ ଟିକା ମିଳିଲେ ୩ୟ ଲହର ପୂର୍ବରୁ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛୁ ।




admin 