୧୬ ରୁ ବର୍ଷିବ ଲଘୁଚାପ ବର୍ଷା

୧୬ ରୁ ବର୍ଷିବ ଲଘୁଚାପ ବର୍ଷା

୧୬ ରୁ ବର୍ଷିବ ଲଘୁଚାପ ବର୍ଷା

ଭୁବନେଶ୍ୱର: ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ୧୧ ଓ ୧୨ ତାରିଖ ଆଡକୁ ଟ୍ରପଲାଇନ ପ୍ରଭାବରେ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ଆସନ୍ତା ୧୬ ରୁ ଲଘୁଚାପ ବର୍ଷା ହେବ ବୋଲି ପାଣିପାଗବିତ ପୂର୍ବାନୁମାନ କରିଛନ୍ତି । ଆସନ୍ତା୧ ୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । କିନ୍ତୁ ଏହାର ରୂପରେଖ ନେଇ ମଡେଲଗୁଡ଼ିକ ଭିତରେ ସହମତି ନାହିଁ । କିଛି ମଡେଲ ଅନୁସାରେ ଏହା ୧୬ ବେଳକୁ ସଂଗଠିତ ହେବ । ଏହା ପୁରୀରୁ ଗୋପାଳପୁର ଭିତରେ ଅବସ୍ଥିତ ରହିବ । ଅନ୍ୟ ମଡେଲ ଅନୁସାରେ ଏହା ୧୬ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ଆନ୍ଧ୍ର ଓ ତେଲେଙ୍ଗାନା ଆଡ଼କୁ ଯିବ ବୋଲି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ସେ ଆକଳନ କରିଛନ୍ତି ଯେ, ଏହାର ପ୍ରଭାବରେ ଓଡ଼ିଶାରେ କମ ବର୍ଷା ହେବା ସହିତ ଆନ୍ଧ୍ରରେ ପ୍ରବଳ ବର୍ଷା ହେବ । ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ବିଶେଷ କରି ଅବିଭକ୍ତ କୋରାପୁଟରେ ଅପେକ୍ଷାକୃତ ଅଧିକ ବର୍ଷା ହେବ ।