୧୫ ଡିଗ୍ରୀ ତଳେ ରାଜ୍ୟର ୧୩ ଜିଲ୍ଲା

୧୫ ଡିଗ୍ରୀ ତଳେ ରାଜ୍ୟର ୧୩ ଜିଲ୍ଲା

୧୫ ଡିଗ୍ରୀ ତଳେ ରାଜ୍ୟର ୧୩ ଜିଲ୍ଲା
ଭୁବନେଶ୍ୱର : ରାଜ୍ୟରେ ଶୀତ ବଢୁଛି । ୧୫ ଡିଗ୍ରୀ ତଳେ ରାଜ୍ୟର ୧୩ଟି ଜିଲ୍ଲା ରହିଛି । ଦାରିଙ୍ଗିବାଡ଼ିରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି । ଏଠାରେ ତାପମାତ୍ରା ୯ ଡିଗ୍ରୀ ତଳକୁ ଖସିଛି । ସେଠାରେ ୮.୫ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ୯.୪ଡିଗ୍ରୀ ସହ ଦ୍ୱିତୀୟ ସର୍ବାଧିକ ଥଣ୍ଡା ସହର ହୋଇଛି ସୋନପୁର । ସେହିପରି ଫୁଲବାଣୀରେ ୧୦.୫ ଡିଗ୍ରୀ, ବାରିପଦା ଓ କେନ୍ଦୁଝରରେ ୧୨ ଡିଗ୍ରୀ, ଝାରସୁଗୁଡାରେ ୧୨.୨ ଡିଗ୍ରୀ, ଭବାନୀପାଟଣାରେ ୧୨,୨ ଡିଗ୍ରୀ, ତାଳଚେରର ୧୨.୩ ଡିଗ୍ରୀ, କୋରାପୁଟରେ ୧୨,୬ ଡିଗ୍ରୀ, ବେୌଦ୍ଧ ଓ କଟକରେ ତାପାମତ୍ରା ୧୪ ଡିଗ୍ରୀ ସେଲ୍‌ସିୟସ୍‌ ଥିବାର ସୂଚନା ରହିଛି । ବଲାଙ୍ଗିରରେ ୧୪,୮ ଡିଗ୍ରୀ, ଭୁବନେଶ୍ବରରେ ୧୬ ଡିଗ୍ରୀ ତାପମାତ୍ରା ରହିଥିଲା । ଆଗକୁ ତାପମାତ୍ରା ଆହୁରି ଖସିବାର ସମ୍ଭାବନା ରହିଛି ।