୧୨ରୁ ୧୪ବର୍ଷର ପିଲାଙ୍କୁ ମିଳିବ ଟିକା, କେବେଠାରୁ ଜାଣନ୍ତୁ

୧୨ରୁ ୧୪ବର୍ଷର ପିଲାଙ୍କୁ ମିଳିବ ଟିକା, କେବେଠାରୁ ଜାଣନ୍ତୁ

୧୨ରୁ ୧୪ବର୍ଷର ପିଲାଙ୍କୁ ମିଳିବ ଟିକା, କେବେଠାରୁ ଜାଣନ୍ତୁ

ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ ମାସରୁ ଦେଶର ୧୨ରୁ ୧୪ବର୍ଷର ପିଲାଙ୍କୁ କରୋନା ଟିକାକରଣ ଆରମ୍ଭ ହେବ ବୋଲି କୋଭିଡ-୧୯ ସମ୍ପର୍କିତ ଏନଟିଏଜିଆଇର ଅଧ୍ୟକ୍ଷ ଡାକ୍ତର ଏନକେ ଆରୋରା  କହିଛନ୍ତି। ସମ୍ପ୍ରତି ଦେଶର ୧୫ରୁ ୧୮ବର୍ଷର କିଶୋରଙ୍କୁ ଟିକାକରଣ କରାଯାଉଥିବାବେଳେ ମାର୍ଚ୍ଚ ବେଳକୁ ଏହି ବର୍ଗର ପିଲାଙ୍କ ଟିକାକରଣ ପ୍ରାୟତଃ ଶେ‌ଷ ହୋଇଯିବ। କିଶୋର ବର୍ଗର ପିଲାଙ୍କ ଟିକାକରଣ ଶେଷ ପରେ ୧୨ରୁ ୧୪ବର୍ଷ ପିଲାଙ୍କୁ ଟିକା ଦିଆଯିବ ବୋଲି ଡାକ୍ତର ଆରୋରା କହିଛନ୍ତି।
ସେ କହିଛନ୍ତି ଯେ ଦେଶରେ ୧୫ରୁ ୧୮ବର୍ଷର କିଶୋରଙ୍କ ସଂଖ୍ୟା ୭.୪କୋଟି ହୋଇଥିବାବେଳେ ଏଥିରୁ ୩.୪୫ କୋଟି ପିଲା ପ୍ରଥମ ପାନ ଟିକା ନେଇସାରିଲେଣି। ଏହି ପିଲାମାନଙ୍କୁ କୋଭାକ୍ସିନ ଟିକା ଦିଆଯାଉଥିବାବେଳେ ୨୮ଦିନ ପରେ ଦ୍ବିତୀୟ ପାନ ଟିକା ଦିଆଯିବ। କିଶୋରମାନେ ସକ୍ରିୟ ଭାବେ ଟିକାକରଣ ଅଭିଯାନରେ ଭାଗ ନେଉଛନ୍ତି। ତେଣୁ ଫେବୃଆରୀ ଶେଷ ସୁଦ୍ଧା ପ୍ରାୟ ସମସ୍ତଙ୍କୁ ସମ୍ପୂର୍ଣ୍ଣ ଦୁଇପାନ ଟିକା ମିଳିଯିବ। ସେ କହିଛନ୍ତି ଯେ ଦେଶରେ ୧୨ରୁ ୧୪ବର୍ଷର ପିଲାଙ୍କ ସଂଖ୍ୟା ୭.୫କୋଟି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୫୭କୋଟିରୁ ଅଧିକ ପାନ ଟିକାକରଣ କରାଯାଇଥିବାବେଳେ ପ୍ରତି ୨୪ଘଣ୍ଟାରେ ହାରହାରି ୩୯ଲକ୍ଷ ପାନ ଟିକା ଦିଆଯାଉଛି।