୧୦୮ ଦେଶକୁ ୮.୫ କୋଟି କ୍ଲୋରୋକୁଇନ ପଠାଇଛି ଭାରତ

୧୦୮ ଦେଶକୁ ୮.୫ କୋଟି କ୍ଲୋରୋକୁଇନ ପଠାଇଛି ଭାରତ

୧୦୮ ଦେଶକୁ ୮.୫ କୋଟି କ୍ଲୋରୋକୁଇନ ପଠାଇଛି ଭାରତ
ମ୍ୟାଲେରିଆ ରୋଗୀଙ୍କ ଦିଆଯାଉଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନ ଔଷଧ କରୋନା ନିମନ୍ତେ ସଞ୍ଜିବନୀ ରୂପେ ଉଭା ହୋଇଛି । ଭାରତ ଗତ ୨ ସପ୍ତାହ ମଧ୍ୟରେ ୧୦୮ ଦେଶକୁ ୮.୫ କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ ଟାବଲେଟ ପଠାଇ ଉଦାହରଣ ସୃଷ୍ଟି କରିଛି । କରୋନା ନିମନ୍ତେ ୫୦ କୋଟି ପାରାସିଟାମଲ ଟାବଲେଟ ମଧ୍ୟ ୧୦୦ ରୁ ଊର୍ଦ୍ଧ୍ୱ ଦେଶକୁ ପଠାଯାଇଛି । ଏହା ବ୍ୟତୀତ ପାରାସିଟାମଲ ଟାବଲେଟ ପ୍ରସ୍ତୁତ କରିବା ନିମନ୍ତେ ୧୦୦୦ ଟନର କଞ୍ଚାମାଲ ଭାରତ ବିଭିନ୍ନ ଦେଶକୁ ପଠାଇଛି । ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ଅନ୍ୟ କେତେକ ସ୍ୱତନ୍ତ୍ର ବିମାନ ଯୋଗେ ଏହି ଔଷଧ ପଠାଯାଇଛି । ଭାରତ ନିମନ୍ତେ ଆବଶ୍ୟକୀୟ ଟାବଲେଟ ସୁନିଶ୍ଚିତ କରିବା ପରେ ହିଁ ବଳକା ଟାବଲେଟ ପଠାଯାଉଥିବା ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଚନ୍ତି । ବାଣିଜ୍ୟିକ ଚୁକ୍ତି ଆଧାରରେ ଏହି ଟାବଲେଟ ପଠାଯାଇଛି । ହାଇଡ୍ରୋକ୍ସି କ୍ଲୋରୋକୁଇନ ପଠାଯାଇଥିବା ଦେଶମାନଙ୍କ ମଧ୍ୟରେ ଆମେରିକା, ବ୍ରିଟେନ, ରୁଷିଆ, ଫ୍ରାନ୍ସ ଓ ନେଦରଲ୍ୟାଣ୍ଡ ଆଦି ରହିଛି । ଇଟାଲୀ, ସ୍ୱିଡେନ, ସିଙ୍ଗାପନୁର ଭଳି ୫୨ଟି ଦେଶକୁ ପାରାସିଟାମଲ ପଠାଯାଇଛି ।