ହ୍ରଦ ପାଣିରେ ଲୋକ ପାଲଟିଯାଆନ୍ତି ପଥର, ଜାଣନ୍ତୁ ସେହି ରହସ୍ୟମୟ ହ୍ରଦର କାହାଣୀ

ହ୍ରଦ ପାଣିରେ ଲୋକ ପାଲଟିଯାଆନ୍ତି ପଥର, ଜାଣନ୍ତୁ ସେହି ରହସ୍ୟମୟ ହ୍ରଦର କାହାଣୀ

ହ୍ରଦ ପାଣିରେ ଲୋକ ପାଲଟିଯାଆନ୍ତି ପଥର, ଜାଣନ୍ତୁ ସେହି ରହସ୍ୟମୟ ହ୍ରଦର କାହାଣୀ
ଏହି ବିଚିତ୍ର ବ୍ରହ୍ମାଣ୍ଡରେ ଅନେକ ପ୍ରକାର ରହସ୍ୟମୟ ଓ ବିପଦ ଜନକ ହ୍ରଦ ରହିଛି ଯାହାର ରହସ୍ୟ ଏଯାଏ ଜଣାପଡିନାହିଁ । ସେହିଭଳି ହ୍ରଦ ହେଉଛି ତାଞ୍ଜାନିଆରେ ଥିବା “ନେଟ୍ରନ୍ ହ୍ରଦ” । କୁହାଯାଏଯେ, ଏହି ଜଳ ଯାହାକୁ ସ୍ପର୍ଶ କରେ ସେ ପଥର ପାଲଟିଯାଏ । ଏହି ହ୍ରଦ ପାଖରେ ଅନେକ ପଶୁ ପକ୍ଷୀଙ୍କର ପଥର ମୂର୍ତ୍ତି ଦେଖିବାକୁ ମିଳେ । ଏହା ଦେଖି ଏହାର ଯାଦୁକରି ଗୁଣ ବିଷୟରେ ଚର୍ଚ୍ଚା କରାଯାଏ । ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଏଥିରୁ ଜଣାଯାଏ ଯେ ଏହା ଏକ କ୍ଷାରୀୟ ହ୍ରଦ, ଏହି ଜଳରେ ସୋଡିୟମ କାର୍ବୋନେଟ ପରିମାଣ ଅଧିକ ଥାଏ ଓ ଆମୋନିଆର ପରିମାଣ ମଧ୍ୟ ଅଧିକ ଥାଏ । ଏହା ଏକ ମାତ୍ର ରହସ୍ୟମୟ ହ୍ରଦ ନୁହେଁ, ଆଫ୍ରିକାର କଙ୍ଗୋରେ ଥିବା “କିଭୁ” ହ୍ରଦ ହେଉଛି ବିଶ୍ୱର ସବୁଠୁ ବିପଦଜନକ ହ୍ରଦ । ଏହାକୁ ବିସ୍ଫୋରକ ହ୍ରଦ ବୋଲି କୁହାଯାଏ । ଏହାର ଜଳରେ କାର୍ବନ ଡାଇଅକ୍ସାଇଡ ଏବଂ ମିଥେନ ଗ୍ୟାସ ଥାଏ । କୁହାଯାଏ ଏହି ହ୍ରଦରେ ସାମାନ୍ୟ ଭୂମିକମ୍ପ ହୋଇଥାଏ । ତେଣୁ ବିସ୍ଫୋରଣ ହେବାର ସମ୍ଭାବନା ଥାଏ । ଏହା ସହ ଆମେରିକାର ବୃହତ୍ତମ ହ୍ରଦ ମଧ୍ୟରୁ “ହ୍ରଦ ମିଚିଗାନ” ଯେତିକି ସୁନ୍ଦର ସେତିକି ବିପଦଜନକ । କୁହାଯାଏ ଏହି ହ୍ରଦରେ ଏକ ଘାତକ ଗ୍ୟାସ ରହିଥିବାରୁ ସେଠାରେ ଉପସ୍ଥିତ ଥିବା ସମସ୍ତ ପ୍ରାଣୀଙ୍କର ମୃତୁ୍ୟ ଘଟିଥିଲା । ଅନେକ ବିଶ୍ୱାସ କରନ୍ତି ଯେ ଏହା ତଳେ ଏକ ଆଗ୍ନେୟଗିରି ରହିଛି । ଆଉ ଏକ ବିପଦପୂର୍ଣ୍ଣ ହ୍ରଦ ରହିଛି ଉତ୍ତର ଆମେରିକା ମାଳଦ୍ୱୀପରେ କାରବିଆନ ଅଂଚଳରେ ଥିବା ଏକ ଦେଶରେ ଫୁଟୁଥିବା ହ୍ରଦ ରହିଛି । ଏହାର ଜଳ ୯୦ ଡିଗ୍ରୀ ସେଲ୍ସିୟସରେ ପହଁଚିଥାଏ ।