ହୋଲିରେ ଭିଜିବ ୧୫ଟି ଜିଲ୍ଲା।

ହୋଲିରେ ଭିଜିବ ୧୫ଟି ଜିଲ୍ଲା।

ହୋଲିରେ ଭିଜିବ ୧୫ଟି ଜିଲ୍ଲା।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,୨୪ଘଣ୍ଟା ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ । କିନ୍ତୁ ଆସନ୍ତାକାଲି ୧୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ କନ୍ଧମାଳ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଯଦି ଏଭଳି ଘଟେ, ତେବେ ହୋଲିରେ ରାଜ୍ୟର ଅଧିକାଂଶ ଅଞ୍ଚଳ ବର୍ଷାରେ ଭିଜିବ। ବର୍ଷା ସହ ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ବି କୁହାଯାଇଛି। ଏଥିପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଦିଆଯାଇଛି।