ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ଶବ ଉଦ୍ଧାର
ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ଶବ ଉଦ୍ଧାର
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲା ଅଞ୍ଚଳରୁ ମିଳିଛି ଜଣେ ଯୁବକଙ୍କ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ। ପରକୀୟା ପ୍ରୀତି ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ଯୁବକ ଜଣକ ୩ ଦିନ ତଳେ ନିଖେଶଜ ଥିଲେ। ଘରୁ କୌଣସି କାମରେ ଯାଇ ଫେରି ନଥିଲେ। ଆଜି ମିଳିଲା ମୃତଦେହ। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ କ୍ଷେତରାଜପୁର ଥାନା ଅନ୍ତର୍ଗତ ମଝିପଡ଼ାରେ। ମୃତ ଯୁବକ ଜଣଙ୍କ ହେଲେ ସୁବିନ୍ଦ କୁଅଁର। ତାଙ୍କ ଘର ଘେନୁ ପାଲି ଗାଁରେ।
ଗତ ମଙ୍ଗଳବାର ଦିନ ସୁବିନ୍ଦ ମଝିପଡ଼ାକୁ ଯାଇଥିଲେ। ତା’ପରେ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ , ହେଲେ ପାଇ ନଥିଲେ। ସୁବିନ୍ଦଙ୍କୁ ସଂଘବନ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଗତକାଲି ପରିବାର ଲୋକେ କ୍ଷେତରାଜପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପରିବାର ଲୋକେ ଥାନା ମଧ୍ୟ ଘେରାଓ କରିଥିଲେ। ପୁଲିସ ୨ ଜଣଙ୍କ ଅଟକ ରଖି ସେମାନଙ୍କୁ ପଚରାଉଚରା କରିଥିଲା। ସେମାନଙ୍କ ବୟାନ ଆଧାରରେ ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲା। ଆଜି ସକାଳେ ବୁର୍ଲା ପାଓ୍ୱାର ଚ୍ୟାନେଲର ଅଠର ହଜାର ନିକଟରୁ ସୁବିନ୍ଦଙ୍କ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ମିଳିଥିଲା।




admin 