ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ କିଏ କଣ କହିଲା ଜାଣନ୍ତୁ...
ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ କିଏ କଣ କହିଲା ଜାଣନ୍ତୁ...
admin
Dec 6, 2019 - 08:40
Updated: Dec 6, 2019 - 08:40
ହାଇଦ୍ରାବାଦ: ହାଇଦ୍ରାବାଦ ଡାକ୍ତରାଣୀ ଦିଶା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରିଛି ପୁଲିସ । ନଭେମ୍ବର ୨୭ ତାରିଖ ରାତିରେ ଏନଏଚ-୪୪ରେ ଯେଉଁ ସ୍ଥାନରେ ମହିଳା ଡାକ୍ତରଙ୍କ ସହ ଗଣଦୁଷ୍କର୍ମ ହେଲା ସେହି ସ୍ଥାନରେ ହିଁ ତେଲେଙ୍ଗାନା ପୁଲିସ ୪ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରିଛି । ଏନକାଉଣ୍ଟର ସ୍ଥଳରେ ଜନସାଧାରଣ ପୁଲିସ ଉପରେ ପୁଷ୍ପବୃଷ୍ଟି କରିଛନ୍ତି । ତେବେ ଏହି ଏନକାଉଣ୍ଟରକୁ ନେଇ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ସମ୍ପର୍କରେ ଆସନ୍ତୁ ଜାଣିବା;
୧- ତେଲେଙ୍ଗାନା ପୁଲିସ ଠାରୁ ୟୁପି ପୁଲିସ କିଛି ଶିଖୁ: ମାୟାବତୀ
୨- ତେଲେଙ୍ଗାନା ପୁଲିସ ବହୁତ କାମ କରୁଛି: ନିର୍ଭୟାଙ୍କ ବାପା ମା
୩- ହାଇଦ୍ରାବାଦ ପୁଲିସକୁ ସାଲୁ୍ୟଟ: ସାଇନା ନେହୱାଲ
୪- ପରବର୍ତ୍ତୀ ସମୟରେ ମଧ୍ୟ ଏହିଭଳି ଦଣ୍ଡ ଦୁଷ୍କର୍ମକାରୀଙ୍କୁ ମିଳୁ: ଜ୍ୱାଲା ଗୁଟ୍ଟେ
୫- ହାଇଦ୍ରାବାଦ ପୁଲିସର ଜୟ: ଅନୁପମ ଖେର
୬- ଅଭିଯୁକ୍ତଙ୍କୁ ଏନକାଉଣ୍ଟର ଅଭିନନ୍ଦନୀୟ: ଉମା ଭାରତୀୟ
୭- ସୁପ୍ରିମକୋର୍ଟ ମୁତାବକ ଏନକାଉଣ୍ଟର ଯାଞ୍ଚ ଜରୁରୀ: ଓୱେସୀ
୮- ହାଇଦ୍ରାବାଦ ପୁଲିସ ଯାହା କରିଛି ଠିକ କରିଛି: ଆପ ନେତା ସଞ୍ଜୟ ସିଂ
୯- ଲୋକଙ୍କ ରୋଷକୁ ପୁଲିସ ଠିକଭାବେ ଜାଣି ପାରିଲା: ସ୍ୱାତୀ ମାଲିୱାଲ
୧୦- ତେଲେଙ୍ଗାନା ପୁଲିସ ଆମକୁ ତୁରନ୍ତ ନ୍ୟାୟ ଦେଇଛି । ଆଜି ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ: ଡାକ୍ତରାଣୀଙ୍କ ବାପା
୧୧- ଆଉ ଏଭଳି କାଣ୍ଡ କରିବାକୁ କେହି ସାହାସ କରିବେନି:ଡାକ୍ତରାଣୀଙ୍କ ଭଉଣୀ
୧୨- ଉନ୍ନାଓ ଓ ଅନ୍ୟ ଦୁଷ୍କର୍ମ ଘଟଣାର ଅଭିଯୁକ୍ତମାନଙ୍କୁ ଏଭଳି ଦଣ୍ଡ ମିଳୁ: ଜୟା ବଚ୍ଚନ