ହାଇକୋର୍ଟରେ ମାମଲା ଶୁଣାଣିର ସିଧାପ୍ରସାରଣ ସାଧାରଣ ଲୋକେ ଦେଖିପାରିବେ

ହାଇକୋର୍ଟରେ ମାମଲା ଶୁଣାଣିର ସିଧାପ୍ରସାରଣ ସାଧାରଣ ଲୋକେ ଦେଖିପାରିବେ

ହାଇକୋର୍ଟରେ ମାମଲା ଶୁଣାଣିର ସିଧାପ୍ରସାରଣ ସାଧାରଣ ଲୋକେ ଦେଖିପାରିବେ

କଟକ: ହାଇକୋର୍ଟରେ ମାମଲା ଶୁଣାଣିର ସିଧାପ୍ରସାରଣ ସାଧାରଣ ଲୋକେ ଦେଖିପାରିବେ । ଏ ନେଇ ହାଇକୋର୍ଟ ପକ୍ଷରୁ ସ୍ୱତନ୍ତ୍ର ନିୟମାବଳି ପ୍ରଣୟନ କରାଯାଇଛି । ନୂତନ ନିୟମାବଳି ଅଗଷ୍ଟ ୨ରୁ କାର୍ଯ୍ୟକାରୀ ହେବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ସୂଚନା ଅନୁସାରେ, ମାମଲା ଶୁଣାଣି ପ୍ରକ୍ରିୟା (କୋର୍ଟ ପ୍ରୋସିଡିଂ) ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ) କାର୍ଯ୍ୟ ହାଇକୋର୍ଟଙ୍କ ଦ୍ୱାରା ଅନୁମତିପ୍ରାପ୍ତ ବ୍ୟକ୍ତି /କର୍ମଚାରୀ କରିବେ । ମାମଲା ଶୁଣାଣିର ସିଧା ପ୍ରସାରଣ ସଂପର୍କିତ ୱେବ୍ ଲିଙ୍କ୍ ହାଇକୋର୍ଟ ୱେବସାଇଟରେ ଏବଂ ସଂପୃକ୍ତ ଖଣ୍ଡପୀଠଙ୍କ କଜଲିଷ୍ଟରେ ପ୍ରକାଶ ପାଇବ । ପାରିବାରିକ ବିବାଦ, ଶିଶୁ, ବାଳ ଅପରାଧୀ, ପୋକ୍ସୋ ଆଇନ, ଜୁଭେନାଇଲ ଜଷ୍ଟିସ (କେୟାର ଆଣ୍ଡ ପ୍ରୋଟେକ୍ସନ ଅଫ୍ ଚିଲଡ୍ରେନ୍) ଆକ୍ଟ, ୨୦୧୫, ଆଇପିସିର ଦଫା ୩୭୬ ସମେତ ଦୁଷ୍କର୍ମ ସଂକ୍ରାନ୍ତୀୟ ମାମଲା, ମହିଳାଙ୍କ ସହିତ ଲିଙ୍ଗଭେଦ ସଂପର୍କିତ ହିଂସା, ଅଫିସିଆଲ ସିକ୍ରେଟ୍ସ ଆକ୍ଟ, ୧୯୨୩ ବା ଜାତୀୟ ସୁରକ୍ଷା ସଂପର୍କିତ ମାମଲା, ହେବିୟସ କର୍ପସ, ଇନ୍ କ୍ୟାମେରା ପ୍ରୋସିଡିଂସ୍ ଓ ଅନ୍ୟ କେତେକ ମାମଲାର ସିଧା ପ୍ରସାରଣକୁ ଏଥିରୁ ବାଦ ଦିଆଯାଇଛି । କୌଣସି ମାମଲାର ଶୁଣାଣି ସିଧା ପ୍ରସାରଣ ପାଇଁ ଯୋଗ୍ୟ ନୁହେଁ ବୋଲି ଯଦି ଖଣ୍ଡପୀଠ ମତ ଦିଅନ୍ତି ତେବେ ଏହାକୁ ମଧ୍ୟ ବାଦ ଦିଆଯିବ । ଏଥିସହିତ ପକ୍ଷ, ଆଇନଜୀବୀ କୌଣସି ମାମଲାର ସିଧା ପ୍ରସାରଣ ବନ୍ଦ ରଖିବାକୁ ଅନୁରୋଧ କରିପାରିବେ ।