ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଶାଶୂଘରେ ବୋହୂ କ୍ରୀତଦାସ ନୁହେଁ

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଶାଶୂଘରେ ବୋହୂ କ୍ରୀତଦାସ ନୁହେଁ

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଶାଶୂଘରେ ବୋହୂ କ୍ରୀତଦାସ ନୁହେଁ
କଟକ: ସାମାଜିକ ବ୍ୟବସ୍ଥାକୁ ଦୋହଲାଇ ଦେବା ଭଳି ଅପରାଧିକ ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ କେତେ ଦିନ ଜେଲରେ ଅଟକ ରହିଛି, ତାହାକୁ ବିଚାରକୁ ନେଇ ଜାମିନରେ ଛଡ଼ାଯାଇପାରିବ ନାହିଁ । ଶାଶୂ ଘରେ ବୋହୂକୁ କୌଣସି ପରିସ୍ଥିତିରେ ବି କ୍ରୀତଦାସ ଭଳି ବ୍ୟବହାର କରାଯାଇପାରିବ ନାହିଁ । ଶାଶୂ ଘରେ ବୋହୂକୁ ଅନ୍ତତଃପକ୍ଷେ ମାନବିକ ସମବେଦନା ମିଳିବା ଆବଶ୍ୟକ । ଏକ ବଧୂ ନିର୍ଯାତନା ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ଟିପ୍ପଣୀ ଦେବା ସହିତ ଅଭିଯୁକ୍ତ ସ୍ୱାମୀର ଜାମିନ ଆବେଦନ ଖାରଜ କରିଛନ୍ତି । ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଯୌତୁକ ଜନିତ ନିର୍ଯାତନା ଓ ପ୍ରାଣାନ୍ତକ ଆକ୍ରମଣ ମାମଲାରେ ଦାୟର ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିଦେ୍ର୍ଧଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୫ ଫେବ୍ରୁଆରୀ ୨୦ରେ ଢେ଼ଙ୍କାନାଳ ଅଞ୍ଚଳରେ ଏହି ବିବାହ ହୋଇଥିଲା । ଯୁବତୀଙ୍କ ବାପା ୫ ଲକ୍ଷ ଟଙ୍କା, ୨୦ ଭରିର ସୁନା ଗହଣା ସହିତ ଅନ୍ୟ ଜିନିଷ ଯୌତୁକ ବାବଦରେ ଦେଇଥିଲେ । ବିବାହର ଦୁଇ ବର୍ଷ ପରେ ଅଧିକ ଯୌତୁକ ଦାବି କରି ଯୁବତୀଙ୍କୁ ଶାଶୁ ଘରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ମୁରବିଙ୍କ ହସ୍ତକ୍ଷେପ ପରେ ଆପୋସରେ ବିବାଦର ସମାଧାନ ହୋଇଥିଲା । ୨୦୨୦, ଜୁନ ୬ ରେ ଯୁବତୀଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁଘରର ଅନ୍ୟ କେତେକ ସଦସ୍ୟ ମାଡ଼ ମାରିବା ସହିତ ଆକ୍ରମଣ କରିଥିଲେ ।