ହର୍ଷବର୍ଦ୍ଧନଙ୍କୁ ଭେଟିଲେ ପ୍ରତାପ ଷଢ଼ଙ୍ଗୀ

ହର୍ଷବର୍ଦ୍ଧନଙ୍କୁ ଭେଟିଲେ ପ୍ରତାପ ଷଢ଼ଙ୍ଗୀ

ହର୍ଷବର୍ଦ୍ଧନଙ୍କୁ ଭେଟିଲେ ପ୍ରତାପ ଷଢ଼ଙ୍ଗୀ
ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ଭେଟି ଭୁବନେଶ୍ୱର ଏମସ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦେବାକୁ ଅନୁରୋଧ କରିଛନ୍ତି । ଭୁବନେଶ୍ୱର ଏମସର ଭିତିଭୂମି ମୁଦୃଢ଼ ପାଇଁ ଅନୁରୋଧ ମଧ୍ୟ କରିଛନ୍ତି । ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଓପିଡି ବନ୍ଦ ରହୁଥିବା ଅଭିଯୋଗ କରିଛନ୍ତି । ବିଭିନ୍ନ ବର୍ଗରେ ସୁପର ସ୍ପେଶିଆଲିଟି ଡାକ୍ତରଙ୍କ ଅଭାବ ମଧ୍ୟ ଦର୍ଶାଇଛନ୍ତି । ଡାକ୍ତରଙ୍କ ଅଭାବ ଯୋଗୁଁ ଖର୍ଚ୍ଚାନ୍ତ ହୋଇ ଘରୋଇ ହସ୍ପିଟାଲ ରୋଗୀ ଯାଉଛନ୍ତି ବୋଲି କହିଥିଲେ । ବାଲେଶ୍ୱର ସାଟେଲାଇଟ କେନ୍ଦ୍ରର ଭିତିଭୂମି ସୁଦୃଢ଼ ପାଇଁ ମଧ୍ୟ ଜଣାଇଛନ୍ତି ।