ହାତୀ ସହ ଅନ୍ୟ ଅସହାୟ ଜୀବଯନ୍ତୁଙ୍କୁ ଉଦ୍ଧାର କରି ଏଠାରେ ଚିକିତ୍ସା କରାଯିବ
କେନ୍ଦୁଝର ଜିଲ୍ଲାରେ ଦେଢ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ଆନିମଲ୍ ରେସ୍କ୍ୟୁ ସେଣ୍ଟର୍। କେନ୍ଦୁଝର ଜିଲ୍ଲା ଗସ୍ତ ଅବସରରେ ଏହା ପ୍ରକାଶ କରିଛନ୍ତି ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ରାଜ୍ୟରେ ଥିବା ହାତୀ ସହ, ଅନ୍ୟ ଅସହାୟ ଜୀବ ଯନ୍ତୁମାନଙ୍କୁ ଉଦ୍ଧାର କରି ଏଠାରେ ଚିକିତ୍ସା କରାଯିବ । ପ୍ରସ୍ତାବିତ ଆନିମଲ୍ ରେସ୍କ୍ୟୁ ସେଣ୍ଟର୍ କେନ୍ଦୁଝର ସହର ନିକଟ ପଦ୍ମପୁର ମେଗା ନର୍ସରୀରେ ହେବ ବୋଲି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ଏଠାରେ ଏକ ୩ମାସର ହାତୀଛୁଆକୁ ଉଦ୍ଧାର କରି ଗତ ୨୦ଦିନ ଧରି ବନ ବିଭାଗ ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଇଥିଲା । ଗତ ୧ତାରିଖରେ ଏହି ହାତୀଛୁଆଟି ନିଜ ମା ତଥା ଦଳରୁ ଅଲଗା ହୋଇଯାଇଥିଲା। ହାତୀଛୁଆକୁ ନିଜ ମା ସହିତ ମିଶାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲା ବନ ବିଭାଗ। ସେଠାରୁ ହାତୀଛୁଆକୁ ଆଣି ପଦ୍ମପୁର ମେଗା ନର୍ସରୀରେ ଯତ୍ନର ସହ ରଖିଥିଲେ ବନ ବିଭାଗ ଟିମ୍ ।




