ହାତୀ ଆକ୍ରମଣରେ ପୁଣି ଜଣେ ମହିଳା ମୃତ

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ଗତକାଲି ବିଳମ୍ବିତ ରାତିରେ ହାତୀ ପଲ କନ୍ତରକୋଇଡ଼ା ରୁଂଟା କଲୋନୀ ଗେଟ୍ ସାମ୍ନାରେ ଶାନ୍ତି ମୁଣ୍ଡାଙ୍କ ଘର ଭାଙ୍ଗିବା ସହିତ ଚାଉଳ ଖାଇବା ପରେ ସ୍ଥାନୀୟ ଜନସାଧାରଣ ହାତୀଙ୍କୁ ଘଉଡ଼ାଇବା ସମୟରେ ଆରତୀ ମୁଣ୍ଡା ଘରୁ ବାହାରି ପଳାଇ ଆସୁଥିବା ସମୟରେ ଦନ୍ତା ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ।
ଖବର ପାଇ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଆରତୀଙ୍କୁ ଚିକିତ୍ସା ପାଇଁ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ହାତୀପଲ ନିକଟସ୍ଥ ଧୋବାଲାବେଡ଼ା ଗ୍ରାମରେ ପଶି ଦଶରୁ କିସାନଙ୍କ ଘର ଭାଙ୍ଗିବା ସହିତ ରୋଶନ କିସାନ ଓ କମଳ କିସାନଙ୍କ ବାଗାନରେ ପଶି ମକା ଫସଲ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ।