ହୋଣ୍ଡା ଆଣିଲା ୧୦୦ ସିସି ବାଇକ
ନୁଆଦିଲ୍ଲୀ : ହୋଣ୍ଡା ମଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଏହାର ନୂଆ ୧୦୦ ସିସି ମଟର ସାଇକେଲ ସାଇନ ୧୦୦ର ବାଜାର ପ୍ରବେଶ କରିଛି । ବଜାରରେ ଏହା ହିରୋ ମୋଟୋକର୍ପ, ବଜାଜ ଟିଭିଏସର ୧୦୦ ସିସି ବାଇକ ଗୁଡିକ ସହ ପ୍ରତିଦ୍ୱନ୍ଦ୍ୱିତା କରିବ । କମ୍ପାନୀର ଏମଡି ଓ ସିଇଓ ଆତସୁସି ଓଗାତା ଓ ଆପରେଟିଂ ଅଫିସର ଯୋଗେସ ମାଥୁର ନୂଆ ସାଇନ ୧୦୦କୁ ଉନ୍ମୋଚନ କରିଛନ୍ତି ।
ନୂଆ ମଟର ଏକ୍ସ ସୋରୁମ ଦାମ ୬୪,୯୦୦ ଟଙ୍କା ରହିଛି । ଏଥିରେ ରହିଛି ଓବିଡି୨ ନିୟମ ପାଳନ କରୁଥିବା ଉନ୍ନତ ଇଞ୍ଜିନ, କମ୍ବିବ୍ରେକ ସିଷ୍ଟମ ସହ ଇକ୍ୱିଲାଇଜର ଭଳି ବହୁ ସୁବିଧା । ଏହା ୫ଟି ରଙ୍ଗରେ ଉପଲବ୍ଧ ହୋଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।




admin 