ହଜି ଯାଇଥିବେ ଗ୍ଲୋ ଫେରିପାଆନ୍ତୁ , ଆପଣାନ୍ତୁ ଏହି ସରଳ ଘରୋଇ ଉପଚାର

ହଜି ଯାଇଥିବେ ଗ୍ଲୋ ଫେରିପାଆନ୍ତୁ , ଆପଣାନ୍ତୁ ଏହି ସରଳ ଘରୋଇ ଉପଚାର

ହଜି ଯାଇଥିବେ ଗ୍ଲୋ ଫେରିପାଆନ୍ତୁ , ଆପଣାନ୍ତୁ ଏହି ସରଳ ଘରୋଇ ଉପଚାର
କରୋନାର ଦ୍ୱିତୀୟ ଲହର ହଇଚଇ ସୃଷ୍ଟ କରୁଛି । ଏଭଳିି ପରିସ୍ଥିତିରେ, ଏହି ରୋଗରୁ ମୁକ୍ତିି ପାଇବା ପରେ ଜଣେ ବ୍ୟକ୍ତିର ଶରୀର ଅତ୍ୟନ୍ତ ଦୁର୍ବଳ ହୋଇଯିବା ସହ ଚର୍ମର ଚମକ ସଂପୂର୍ଣ୍ଣ ରୂପେ ଦୁର୍ବଳ ହୋଇୟାଏ । କିନ୍ତୁ ଏହି ଚିନି ଏବଂ ଲୁଣ ଦ୍ରବଣ ସହ ମାତ୍ର ୫ ରୁ ୭ ଦିନ ମଧ୍ୟରେ ହଜିଯାଇଥିବା ଗ୍ଲୋ ଏବଂ ଶାରୀରିକ ଶକ୍ତି ଫେରି ଆସିପାରେ । ଏହି ଦ୍ରବଣ ବ୍ୟବହାରରେ କୈାଣସି ସାଇଡ ଇଫେକ୍ଟ୍ ନାହିଁ । ଏହା ତିଆରି କରିବା ଅତ୍ୟନ୍ତ ସହଜ ଅଟେ । କିପରି ତିଆରି କରିବେ: ଗୋଟିଏ ଗ୍ଲାସ ପାଣି ନିଅନ୍ତୁ, ଏହାକୁ ଗରମ କରିବାକୁ ଗ୍ୟାସରେ ବସାନ୍ତୁ । ବର୍ତ୍ତମାନ ଏଥିରେ ୩ ଚାମଚ ଚିନି ମିଶାନ୍ତୁ । ଯେତେବେଳେ ଚିନି ପାଣିରେ ଭଲ ଭାବେ ତରଳି ଯିବ, ସେ ସମୟରେ ଗ୍ୟାସ ବନ୍ଦ କରି ସେହି ପାଣିରେ ୨ପିଞ୍ଚ କଳା ଲୁଣ ଭଲ ଭାବରେ ମିଶାନ୍ତୁ । ଏକ ଗ୍ଲାସରେ ଢାଳି ଏହାକୁ ଚା ଭଳି ପିଅନ୍ତୁ । ଆପଣ ଏହି ମିଶ୍ରଣକୁ ଦିନରେ ୩ ରୁ ୪ ଥର ପିଇପାରିବେ । ଦୁଇ ଦିନ ଏହା କରିବା ପରେ, ଆପଣ ଆପଣଙ୍କ ଶରୀରର ଶକ୍ତି ଏବଂ ଚର୍ମର ଉଜ୍ଜ୍ୱଳତାରେ ପାର୍ଥକ୍ୟ ଦେଖିପାରିବେ । ଯଦି ଆପଣଙ୍କ ଅଧିକ ବିପି ସମସ୍ୟା ଅଛି, ତେବେ ଡାକ୍ତରଙ୍କ ପରାମର୍ଶ ନକରି ଏହାର ବ୍ୟବହାର କରନ୍ତୁ ନାହିଁ । ଚିନି ଓ ଜଳ ଏକତ୍ର ହୋଇ ଶରୀରରେ ଗ୍ଲୁକୋଜର ମାତ୍ରା ବଢାଇଥାଏ । ଏହା ସହିତ କଳା ଲୁଣ ଅନେକ ଖଣିଜ ପଦାର୍ଥର ଭଣ୍ଡାର ହୋଇଥିବାରୁ ଆପଣଙ୍କ ଶକ୍ତି ଏବଂ ଚର୍ମ ଚମକ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ।