ସ୍ୱାଭିମାନ ଅଞ୍ଚଳରୁ ନକ୍ସଲ ମୁଳପେôାଟନ ହେବ : ଡିଜି

ସ୍ୱାଭିମାନ ଅଞ୍ଚଳରୁ ନକ୍ସଲ ମୁଳପେôାଟନ ହେବ : ଡିଜି

ସ୍ୱାଭିମାନ ଅଞ୍ଚଳରୁ ନକ୍ସଲ ମୁଳପେôାଟନ ହେବ : ଡିଜି
ଭୁବନେଶ୍ୱର: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି । ନକ୍ସଲଙ୍କ କାର୍ଯ୍ୟକଳାପକୁ ଆଉ ବରଦାସ୍ତ କରାଯିବନି । ସ୍ୱାଭିମାନ ଅଞ୍ଚଳରେ ନକ୍ସଲଙ୍କ କାର୍ଯ୍ୟାଳାପର ସମାପ୍ତି ଘଟିବ ବୋଲି କହିଛନ୍ତି ପୁଲିସ ଡିଜି ଅଭୟ । ଏନକାଉଣ୍ଟରରେ ସ୍ୱାଭିମାନ ଅଞ୍ଚଳରେ ଦୁଇ ନକ୍ସଲ ଓ କନ୍ଧମାଳରେ ଜଣେ ନକ୍ସଲ ନିହତ ହେବା ପରେ ପୁଲିସ ଡିଜି ଦୁଇ ଦିନିଆ ସମୀକ୍ଷା ସାରି ଅପରାହ୍ନରେ ଭୁବନେଶ୍ୱର ପହଞ୍ଚିଛନ୍ତି । ବିମାନ ବନ୍ଦରରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ସ୍ୱାଭିମାନ ଅଞ୍ଚଳର ବିକାଶ ସହ ସାଲିସ କରାଯିବ ନାହିଁ । ସେଠାରେ ସ୍ୱତନ୍ତ୍ର ଭାବେ ସୁରକ୍ଷା କର୍ମୀ ନିୟୋଜିତ ହେବା ସହ ନକ୍ସଲଙ୍କୁ ଜବାବ ଦେବା ଲାଗି ବିଏସଏଫ କ୍ୟାମ୍ପ ତିଆରି ହୋଇଛି । ଆତ୍ମସମର୍ପଣ କରିବା ପାଇଁ ପୁଣି ଥରେ ନକ୍ସଲଙ୍କୁ ଆହ୍ୱାନ ଦିଆଯାଇଛି ବୋଲି ସେ କହିଛନ୍ତି । ଏଠାରେ ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟିର ସଦସ୍ୟ ସକି୍ରୟ ରହିଥିବା ଜଣାପଡ଼ିଛି । କଳହାଣ୍ଡି-ରାୟଗଡ଼ା-କନ୍ଧମାଳ ଟ୍ରାଇ ଜଙ୍କସନରେ ଛତିଶଗଡ଼ ନକ୍ସଲ ସଂଗଠନର ସଦସ୍ୟ ସକି୍ରୟ ରହିଛନ୍ତି ।