ଜମତାରା ଗ୍ୟାଙ୍ଗ ନେଇ କମିଶନରେଟ ପୁଲିସର ଭିଡିଓ ଜାରି
ଜମତାରା ଗ୍ୟାଙ୍ଗ ନେଇ କମିଶନରେଟ ପୁଲିସର ଭିଡିଓ ଜାରି
admin
Dec 15, 2020 - 07:04
Updated: Dec 15, 2020 - 07:04
ଭୁବନେଶ୍ୱର: ଓଡ଼ିଶା ସାଇବର ଠକଙ୍କ ଟାର୍ଗେଟରେ ରହି ଆସୁଥିବା ବେଳେ ସାଇବର ଅପରାଧର ପାଠଶାଳା ପାଲଟିଥିବା ଝାଡ଼ଖଣ୍ଡର ‘ଜମତରା’ ଶାଖା ରାଜଧାନୀରେ କାର୍ଯ୍ୟ କରୁଛି । ବେକାର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଜମତରା ପକ୍ଷରୁ ନିଯୁକ୍ତି ମିଳୁଛି ଔ ଆଗକୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାଲ ବିଛାଇ ଠକ ଲୁଟିବା ଯୋଜନା ରହିଥିବା ଜଣାପଡ଼ିଥିଲା । ଏ ନେଇ ଗତ ନଭେମ୍ବର ୨୫ ତାରିଖରେ କମିଶନରେଟ ପୁଲିସ ପକ୍ଷରୁ ସତର୍କ କରାଯାଇଛି । ଠକଙ୍କ ଅପରେସନରେ ଏକ ଭିଡିଓ ଜାରି କରିଛି ପୁଲିସ । ଏଭଳି ଢ଼ଙ୍ଗରେ ଆସୁଥିବା ଫୋନ କଲଠାରୁ ଦୂରରେ ରହିବା ଉଦେ୍ଧଶ୍ୟରେ ଭିଡିଓ ଜାରି କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଠକ ନିଜକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କର୍ମଚାରୀ ବୋଲି ପରିଚୟ ଦେଇ ଫୋନରେ ଜଣେ ଗ୍ରାହକଙ୍କ ନିକଟକୁ ଗଲ କରି ଏଟିଏମ କାର୍ଡରେ ଥିବା ୧୬ ଟିକିଆ ନମ୍ବର ମାଗୁଛି । ସମ୍ପୃକ୍ତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିବା ବେଳେ ଦିଆଯାଇଥିବା ଜନ୍ମ ତାରିଖ ଓ ମାସ ଏବଂ ଏଟିଏମ କାର୍ଡରେ ଥିବା ତଥ୍ୟ ସହ ମେଳ ଖାଉନଥିବା କହୁଛି ଠକ । ଏଯିଏମ କାର୍ଡରେ ଲେଖାଥିବା ନମ୍ବର ନ ଦେଲେ ଉଭୟ କାର୍ଡ ଓ ଆକାଉଣ୍ଟକୁ ବନ୍ଦ କରି ଦିଆଯିବାର ଧମକ ଦେଉଛି । ଗ୍ରାହକ ଠକ କଥାରେ ସନେ୍ଦହ ପ୍ରକାଶ କରି ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି । କିନ୍ତୁ ଠକ ବିଶ୍ୱାସ ଜନ୍ମାଇବା ପାଇଁ ନିଜର ଏମ୍ପ୍ଲଇ ଆଇଡି ନମ୍ବର ମଧ୍ୟ ଦେଉଛି । ତଥାପି ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ ପ୍ରଶ୍ନ ପଚାରୁଥିବାରୁ ଠକ ସ୍ୱର ବଦଳାଇ ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ କଥା ହେଉଛି ଏବଂ ଆକାଉଣ୍ଟ ବନ୍ଦ ହୋଇଯିବ ବୋଲି ଭୟଭୀତ କରାଉଛି । ଏହି ଭିଡିଓର ଉଦାହରଣ ଥିଲା ଯଦି କେହି ଫୋନ କରି ଏଟିଏମ, କ୍ରେଡିଟ କାର୍ଡ କିମ୍ବା ବ୍ୟାଙ୍କର ସମ୍ପୂର୍ଣ୍ଣ ବିବରଣୀ ମାଗୁଛି ତାହେଲେ କୌଣସି ତଥ୍ୟ ନ ଦେବା ସହ ସତର୍କ ରହିବା ଲାଗି ମଧ୍ୟ କୁହାଯାଇଛି ।