ସ୍ୱାଭିମାନ ଅଂଚଳରେ ଡଙ୍ଗା ବୁଡି ୩ ନିଖୋଜ

ସ୍ୱାଭିମାନ ଅଂଚଳରେ ଡଙ୍ଗା ବୁଡି ୩ ନିଖୋଜ

ସ୍ୱାଭିମାନ ଅଂଚଳରେ ଡଙ୍ଗା ବୁଡି ୩ ନିଖୋଜ
ଚିତ୍ରୋକଣ୍ଡା: ଡଙ୍ଗା ବୁଡ଼ି ମାଆ ଓ ଛୁଆ ସମେତ ୩ ଜଣ ନିଖୋଜ ହୋଇଯାଇଥିବା ନେଇ ଏକ ବଡ଼ ଖବର ସାମନାକୁ ଆସିଛି । କାଲିମେଳା ଜଳଭଣ୍ଡାରର ଓରାପଦର ଘାଟରେ ଡଙ୍ଗା ବୁଡ଼ିଯାଇଥିବା ଜଣାଯାଇଛି । ଉକ୍ତ ଦେଶୀ ଡଙ୍ଗାଟି ୧୧ ଜଣଙ୍କୁ ନେଇ ଓରାପଦରୁ ବକୁଲି ଯାଉଥିଲା । ତେବେ ଓରାପଦର ଘାଟରେ ଡଙ୍ଗାଟି ବୁଡ଼ି ଯିବାରୁ ୮ ଜଣ ପହଁରି ପହଁରି କୂଳକୁ ଆସିଥିଲେ । ତେବେ ଆଉ ୩ ଜଣ ଏଯାଏଁ ନିଖୋଜ ଥିବା ଜଣାଯାଇଛି । ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।