ସୌରଭ ଗାଙ୍ଗୁଲି ହେବେ ବିସିସିଆଇ ସଭାପତି

ସୌରଭ ଗାଙ୍ଗୁଲି ହେବେ ବିସିସିଆଇ ସଭାପତି

ସୌରଭ ଗାଙ୍ଗୁଲି ହେବେ ବିସିସିଆଇ ସଭାପତି
ମୁମ୍ବାଇ: ଏକ ନାଟକୀୟ ଘଟଣାକ୍ରମେ ଭାରତୀୟ କି୍ରକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ପରବର୍ତ୍ତୀ ସଭାପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ସେହିଭଳି କେନ୍ଦ୍ରୀୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କୁ ସମ୍ପାଦକ ପଦ ମିଳିବ । ଅନ୍ୟ ପକ୍ଷରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୁମଲ କୋଷାଧ୍ୟକ୍ଷ ପଦରେ ଅବସ୍ଥାପିତ ହେବେ । ବିସିସିଆଇ ସୂତ୍ରରୁ ରବିବାର ଏହା ଜଣାପଡ଼ିଛି । ତେବେ ଏଥିନେଇ ଆନୁଷ୍ଠାନିକ ଘୋଷଣା ଆସନ୍ତା କିଛି ଦିନ ମଧ୍ୟରେ ହେବ । ଭାରତୀୟ ଅନ୍ୟତମ ସଫଳ କି୍ରକେଟ ଅଧିନାୟକ ଭାବେ ପରିଚିତ ୪୭ ବର୍ଷୀୟ ଗାଙ୍ଗୁଲି ସମ୍ପ୍ରତି ବେଙ୍ଗଲ କି୍ରକେଟ ସଂଘ( ସିଏବି) ର ସଭାପତି ଅଛନ୍ତି । ସେଥିପାଇଁ ସେ ମାତ୍ର ୧୦ ମାସ ପର୍ଯ୍ୟନ୍ତ ବିସିସିଆଇର ସଭାପତି ପଦରେ ରହି ପାରିବେ । ସିଏବି ଏବଂ ବିସିସିଆଇ ସଭାପତି ଭାବେ ୬ ବର୍ଷ ପୂରଣ କରିବା ପରେ ଲୋଧା ସମିତି ସୁପାରିସ ମୁତାବକ ତାଙ୍କୁ କୁଲିଂ ଅଫ ପିରିୟଡରେ ଯିବାକୁ ହେବ । ବିସିସିଆଇ ସଭାପତି ରେସରେ ସୌରଭ ଓ ପୂର୍ବ କ୍ରିକେଟର ବ୍ରିଜେଶ ପଟେଲ ମଧ୍ୟ ଥିଲେ । କିନ୍ତୁ ବିଜେପି ନେତା ଅନୁରାଗ ଠାକୁର ଓ ତାଙ୍କ ଟିମ ସୌରଭଙ୍କ ପାଇଁ ସମର୍ଥନ ଯୋଗାଡ଼ କରିଥିଲେ । ଅପରପକ୍ଷରେ ବ୍ରିଜେଶଙ୍କୁ ଆଇପିଏଲ ଅଧ୍ୟକ୍ଷ କରାଯିବ ବୋଲି ଜାଣିବାକୁ ମିଳିଛି ।