ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ଗାଲର ଭଉଁରୀ

ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ଗାଲର ଭଉଁରୀ

ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ଗାଲର ଭଉଁରୀ
ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ଗାଲର ଭଉଁରୀ, ବଲିଉଡ ଅଭିନେତ୍ରୀ ପ୍ରୀତି ଜିଂଟା ନିଜ ଅଭିନୟ ପାଇଁ ଯେତିକି ନୁହେଁ, ବରଂ ଗାଲର ଭଉଁରୀ ପାଇଁ ଅଧିକ ଚର୍ଚ୍ଚିତ । ତାଙ୍କ ପ୍ରିୟ ପ୍ରଶଂସକ ଓ ସିନେବନ୍ଧୁ ପାଖେ ପ୍ରୀତି ‘ଡିମ୍ପଲ ଗର୍ଲ’ ଭାବେ ପରିଚିତ । ଇଶ୍ୱରଦତ ଏହି ଗାଲ ଭଉଁରୀକୁ କୃତ୍ରିମ ଉପାୟରେ ମଧ୍ୟ ପ୍ରସ୍ତୁତି କରାଯାଇପାରିବ । ୧୯୩୦ ବେଳକୁ ଇଂଲଣ୍ଡ, ଆମେରିକାରେ ଡିମ୍ପଲ ଥିବା ଝିଅମାନଙ୍କ ବିଭିନ୍ନ କ୍ଷେତ୍ରରେ ସୁଯୋଗ ମିଳୁଥିଲା । ଚାକିରି ହେଉ ଅବା ଅଭିନୟ କ୍ଷେତ୍ର, ଗାଲରେ ଭଉଁରୀ ଥିଲେ ଯୁବତୀ ଅବା ଯୁବକ ଜଣକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ । ହେଲେ ଯେଉଁମାନଙ୍କ ଗାଲରେ ଭଉଁରୀ ନଥିଲା, ସେମାନେ ନିଜକୁ ହିନମାନ ଭାବିଲେ । ସେମାନଙ୍କ ଏହି ସମସ୍ୟାରେ ସମାଧାନ କରିଥିଲେ ନୁ୍ୟୟର୍କନିବାସୀ ଇସାବେଲ ଗିଲବର୍ଟ । ସେ ଏକ ଯନ୍ତ୍ର ତିଆରି କଲେ, ଯାହାକୁ ଗାଲରେ ଲଗାଇଲେ ଭଉଁରୀ ସମୟକ୍ରମେ ହେଉଥିଲା । ଦୁଇଟି ଲୁହା ତାରରେ ମଝିପାଖରେ କ୍ଲିପ ଲାଗିବା ସହ ମୁହଁରେ ଏହାକୁ ପ୍ରତିଦିନ ୨-୩ ଘଂଟା ଲଗାଇଲେ, ଗାଲ ଭଉଁରୀ କିଛି ସପ୍ତାହ ପରେ ହେଉଥିଲା । ଏଇ ଗାଲ ଭଉଁରୀ ଯନ୍ତ୍ର ମଧ୍ୟ କିଛି କମନଥିଲା, ଏହାର ଦାମ ୭୨ହଜାର ଟଙ୍କାରୁ ଆରମ୍ଭ ହୋଇ ୯୬ହଜାର ପର୍ଯ୍ୟନ୍ତ ରହୁଥିଲା । ୧୯୮୦ ବେଳକୁ ଏଇ ଡିମ୍ପଲ ଯନ୍ତ୍ରର ଆଦର ମିଳିଲା ।