ସୋନିଆ ପ୍ରଧାନମନ୍ତ୍ରୀ ତିଆରି କରନ୍ତି: ଜୟଦେବ ଜେନା

ସୋନିଆ ପ୍ରଧାନମନ୍ତ୍ରୀ ତିଆରି କରନ୍ତି: ଜୟଦେବ ଜେନା

ସୋନିଆ ପ୍ରଧାନମନ୍ତ୍ରୀ ତିଆରି କରନ୍ତି: ଜୟଦେବ ଜେନା
ଭୁବନେଶ୍ୱର: ସୋନିଆ ଗାନ୍ଧୀ ନିଜେ ପ୍ରଧାନମନ୍ତ୍ରୀ ନହୋଇ ପ୍ରଧାନମନ୍ତ୍ରୀ ତିଆରି କରନ୍ତି । ଏହା କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ସୋନିଆ ଗାନ୍ଧୀ ଏଆଇସିସିର ଅନ୍ତରୀଣ ଅଧ୍ୟକ୍ଷା ହେବାକୁ ରାଜି ହେବା ପ୍ରସଙ୍ଗରେ ଶ୍ରୀ ଜେନା ଏହା କହିଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ, ସୋନିଆ ଗାନ୍ଧୀ ଏଆଇସିସି ଅନ୍ତରୀଣ ଅଧ୍ୟକ୍ଷା ହେବାକୁ ରାଜି ହେବା ଏକ ଐତିହାସିକ ବିଜୟ । ସୋନିଆ ଗାନ୍ଧୀ ନିଜେ ପ୍ରଧାନମନ୍ତ୍ରୀ ନହୋଇ ପ୍ରଧାନମନ୍ତ୍ରୀ ତିଆରି କରନ୍ତି । ସୋନିଆ ଗାନ୍ଧୀ ଦାୟିତ୍ୱ ନେଲେ କଂଗ୍ରେସ ପୂର୍ବାବସ୍ଥାକୁ ଫେରିବ ବୋଲି ସମସ୍ତଙ୍କର ଆଶା ଥିଲା । ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଦଳକୁ ନୂଆ ଦିଗଦର୍ଶନ ଦେବ । ଏବେ ବିରୋଧୀଙ୍କ ଭାବନା ଆଉ କଂଗ୍ରେସମୁକ୍ତ ଭାରତ ସମ୍ଭବ ନୁହେଁ । ସୋନିଆ ଗାନ୍ଧୀ ଏବେ ସାରା ଦେଶ କଥା ଚିନ୍ତା କରିବେ । ଓଡ଼ିଶାରେ ଯାହାକୁ ସେ ଦାୟିତ୍ୱ ଦେବେ ଆମେ ମିଳିମିଶି କାମ କରିବୁ । ବିରୋଧୀ ଭାବୁଥିଲେ ଗାନ୍ଧୀ ପରିବାର ଗଲେ ଦଳ ବିଭାଜନ ହେବ । ତେବେ ସୋନିଆ ଗାନ୍ଧୀ ଦାୟିତ୍ୱ ନେବା ପରେ ଏବେ ବିରୋଧୀ ଭୟଭୀତ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି । ପ୍ରକାଶ ଯେ, ରାହୁଲ ଗାନ୍ଧୀଙ୍କ ସ୍ଥାନରେ ନୂଆ ଅଧ୍ୟକ୍ଷ ମନୋନୟନ ପାଇଁ ଶନିବାର ବସିଥିବା ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା କଂଗ୍ରେସ କାର୍ୟ୍ୟକାରିଣୀ କମିଟି (ସିଡବ୍ଲୁସି)ର ବୈଠକରୁ କୌଣସି ନିଷ୍କର୍ଷ ବାହାରି ନ ପାରିବାରୁ ପୂର୍ବତନ ସଭାପତି ତଥା ୟୁପିଏର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ସଭାପତି ମନୋନୟନ ପ୍ରକ୍ରିୟାରୁ ଦୂରେଇ ରହିବା ପାଇଁ ସେ ଓ ରାହୁଲ ଘୋଷଣା କରିବା ପରେ ଦିନତମାମ କମିଟି ବୈଠକରେ ଅଚଳାବସ୍ଥା ଲାଗି ରହିଥିଲା। ଶେଷରେ ବିଳମ୍ବିତ ରାତିରେ ସୋନିଆଙ୍କୁ ଏହି ପଦଭାର ଅର୍ପଣ କରାଯାଇଥିଲା।