ସୋଆରେ ସ୍ମାର୍ଟ ସିଟି ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସୋଆରେ ସ୍ମାର୍ଟ ସିଟି ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସୋଆରେ ସ୍ମାର୍ଟ ସିଟି ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆର)ର ଫାକଲଟି ଅଫ ଇିଞ୍ଜିନିୟରିଂ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଅଧୀନସ୍ଥ ଇଲେକ୍ଟ୍ରୋନିକ୍ ଆଣ୍ଡ କମୁ୍ୟନିକେସନ୍ ଇିନିୟରିଂ ବିଭାଗ ଆନୁକୂଲ୍ୟରେ ଆପ୍ଲିକେସନ୍ ଅଫ୍ ଆଇଓଟି ଫର୍ ସ୍ମାର୍ଟ ସିଟି ଡେଭଲପ୍ମେଂଟ ଉପରେ ଏକ ଫାକଲ୍ଟି ଡେଭଲପ୍ମେଂଟ ପ୍ରୋଗ୍ରାମ୍ ଆୟୋଜିତ ହୋଇଯାଇଛି । ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏ.ଆଇ.ସି.ଟି.ଇ) ଟ୍ରେନିଂ ଆଣ୍ଡ ଲର୍ନିଂ (ଅଟଳ) ଏକାଡେମୀର ଅନୁମତି କ୍ରମେ ଏହି କାର୍ଯ୍ୟକ୍ରମ ଜାନୁଆରୀ ୨୧ ରୁ ୨୫ ତାରିଖ ମଧ୍ୟରେ ଅନ୍ଲାଇନ୍ ମାଧ୍ୟମରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଶିକ୍ଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇ ଶିକ୍ଷା ବ୍ୟବସ୍ଥାକୁ ଅନେକ ପ୍ରଶଂସା କରିଥିଲେ । ଦେଶ ବିଦେଶରୁ ଅନେକ ପ୍ରଫେସର, ବୈଜ୍ଞାନିକ ଓ ଗବେଷକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ସୋସାଇଟି ଫର୍ ଟେକ୍ନିକାଲ୍ ଏଜୁକେସନ୍ର ସଭାପତି ଡଃ ପ୍ରତାପ ସିଂ ଦେଶାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଡିନ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ ପ୍ରଫେସର ପି.କେ. ନନ୍ଦ ଏବଂ ସଂଯୋଜକ ପ୍ରଫେସର (ଡଃ) ମିହିର ନାରାୟଣ ମହାନ୍ତି ଯୋଗ ଦେଇଥିଲେ ।