ସେସୁ, ସାଉଥକୋ ପରେ ଏବେ ୱେସ୍କୋର ଚରମବାଣୀ ।

ସେସୁ, ସାଉଥକୋ ପରେ ଏବେ ୱେସ୍କୋର ଚରମବାଣୀ ।

ସେସୁ, ସାଉଥକୋ ପରେ ଏବେ ୱେସ୍କୋର ଚରମବାଣୀ ।
ସେସୁ, ସାଉଥ୍କୋ ପରେ ଏବେ ବିଜୁଳି ଗ୍ରାହକଙ୍କୁ ୱେସ୍କୋର ଚରକବାଣି । ଆସନ୍ତା ୧୮ ତାରିଖ ସୁଦ୍ଧା ବକେୟା ବିଜୁଳି ବିଲ୍ ପଇଠ ନକଲେ ସଂଯୋଗ କଟାଯିବ ବୋଲି ୱେସ୍କୋ ନିଷ୍ପତି ନେଇଛନ୍ତି । ଏନେଇ ୱେସ୍କୋ ଅଧିକାରୀ ଏକ ସମ୍ବାଦିକ ସମ୍ମିଳନୀରେ ଜଣାଇଥିଲେ । ସୂଚନା ଅନୁସାରେ ଘରୋଇ ଓ କମ୍ପାନୀ ଗୁଡିକ ଉପରେ ୱେସ୍କୋର ପ୍ରାୟ ୨ ହଜାର ୧୧୭ କୋଟି ଟଙ୍କାର ବିଜୁଳି ବିଲ୍ ବାକି ରହିଛି । ଏହା ସହିତ ୱେସ୍କୋ ବିଜୁଳି ବିଲ୍ କୁ ନେଇ ଯେଉଁ ତଥ୍ୟ ଦେଇଛି ତାହା ହେଉଛି ଅଧିକ ଚିନ୍ତା ଜନକ । ଗତ ୨ ବର୍ଷ ମଧ୍ୟରେ ୧ ଲକ୍ଷ ୨୫ ହଜାର ୧୭୦ ଜଣ ବିଜୁଳି ଉପଭୋକ୍ତା ଥରେ ହେଲେ ବି ବିଜୁଳି ବିଲ୍ ପୈଠ କରିନାହାନ୍ତି । ୨ ଲକ୍ଷ ୫୭ ହଜାର ୬୫୨ ଉପଭୋକ୍ତାଙ୍କ ଉପରେ ୨୫ ହଜାରରୁ ଅଧିକ ଟଂକାର ବିଜୁଳି ବିଲ୍ ବକେୟା ରହିଛି । ୫୦ ହଜାରରୁ ଅଧିକ ଟଂକାର ବିଜୁଳି ବିଲ୍ ବାକି ଥିବା ଗ୍ରାହକଙ୍କ ସଂଖ୍ୟା ୧ ଲକ୍ଷ ୩୪ ହଜାର ୫୬୧ । ସେହିପରି ଏଚଟି, ଇଏଚଟି ନିକଟରେ ୪୦୬ କୋଟି ଟଂକା ବାକି ପଡିଛି । ପଶ୍ଚିମ ଓଡିଶାରେ ୯ଟି ଜିଲ୍ଲାକୁ ବିଜୁଳି ସେବା ଯୋଗାଇ ଦେଉଛି ୱେସ୍କୋ । ସରକାରଙ୍କ ଚିଠି ଅନୁସାରେ ଫେବ୍ରୁଆରୀ ମାସ ଶେଷ ସୁଦ୍ଧା ବିଲ୍ ପୈଠ କରାନଗଲେ କାଟି ଦିଆଯିବ ବିଜୁଳି ସେବା । ସରକାରୀ କ୍ୱାର୍ଟର ଗୁଡିକ ସମ୍ପର୍କରେ ସରକାର କୌଣସି ଚିଠି ଦେଇନଥିବାରୁ ସେଗୁଡିକୁ ଆସନ୍ତା ଫେବ୍ରୁଆରୀ ୧୮ ତାରିଖ ଭିତରେ ବିଜୁଳି କାଟି ଦିଆଯିବ ବୋଲି ସୂଚନା ଦେଇଛି ୱେସ୍କୋ ।