ସୂଚନା ଅଧିକାର କର୍ମୀଙ୍କ ଗାଡ଼ି ଉପରକୁ ବୋମା ମାଡ଼

ସୂଚନା ଅଧିକାର କର୍ମୀଙ୍କ ଗାଡ଼ି ଉପରକୁ ବୋମା ମାଡ଼

ସୂଚନା ଅଧିକାର କର୍ମୀଙ୍କ ଗାଡ଼ି ଉପରକୁ ବୋମା ମାଡ଼
ଧର୍ମଶାଳା :ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଇମାମନଗର ନିକଟରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହେରାଙ୍କ ଗାଡ଼ି ଉପରକୁ ବୋମା ମାଡ଼ କରିଛନ୍ତି ଦୁବୃର୍ତ । ଅଷ୍ଟପ୍ରହରୀ ଉତ୍ସବରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ବତମାନେ ତିନିଟି ବୋମାମାଡ କରିଥିଲେ । ତେବେ ବୋମା ମାଡରେ ସର୍ବେଶ୍ୱର ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ସହ ଥିବା ଆଉ ଜଣେ ମଧ୍ୟ ଆହତ ହୋଇଛନ୍ତି । ସର୍ବେଶ୍ୱର ଓ ତାଙ୍କ ସହ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସର୍ବେଶ୍ୱରଙ୍କ ଉପରେ ବୋମା ମାଡ କରିବା ପଛରେ କାହାର ହାତ ଅଛି କି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଛି ତାହା ଏଯାଏଁ ଜଣାପଡିନି । ଆଉ ଏବେ ଏହି ଘଟଣାରେ ଦୁର୍ବୃତ୍ତଙ୍କର କୌଣସି ପତା ମିଳିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।