ସୁରକ୍ଷାକର୍ମୀ -ନକ୍ସଲ ଗୁଳି ବିନିମୟ

ସୁରକ୍ଷାକର୍ମୀ -ନକ୍ସଲ ଗୁଳି ବିନିମୟ

ସୁରକ୍ଷାକର୍ମୀ -ନକ୍ସଲ ଗୁଳି ବିନିମୟ
ବଲାଙ୍ଗିର: ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଲାଠୋର ନିକଟ ବେନେ୍ଦର ଜଙ୍ଗଲରେ ଏହି ଗୁଳି ବିନିମୟ ଘଟଣା ଘଟିଛି । ନକ୍ସଲ ମାନଙ୍କର କିଛି ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି । ଲାଠୋର ଜଙ୍ଗଲରେ ବହୁ ସମୟ ଧରି ଗୁଳି ମାଡ ଚାଲିଥିଲା । ଜଙ୍ଗଲ ମଧ୍ୟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପେରସନ ଜାରି ରହିଛି । ପ୍ରକାଶ ଯେ, ଆଜି ଲାଠୋର ଜଙ୍ଗଲ ମଧ୍ୟରେ କିଛି ନକ୍ସଲ ଲୁଚି ଥିବା ଖବର ସୁରକ୍ଷା କର୍ମୀ ପାଇଥିଲେ । ଏହି ଖବର ପାଇବା ପରେ ସୁରକ୍ଷାକର୍ମୀ ଲାଠୋର ଜଙ୍ଗଲ ମଧ୍ୟକୁ ଯାଇଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ନକ୍ସଲ ମାନେ ଗୁଳି ଚାଳନା ଆରମ୍ଭ କରିଥିଲେ । ସୁରକ୍ଷାମାନେ ମଧ୍ୟ ନକ୍ସଲ ମାନଙ୍କ ଉପରକୁ ଗୁଳି ମାଡ କରିଥିଲେ । ସୁରକ୍ଷାକର୍ମୀଙ୍କ ଗୁଳି ମାଡ ଯୋଗୁଁ ନକ୍ସଲମାନେ ଛତ୍ରଭଙ୍ଗ କରିଥିଲେ ।