ସୁପ୍ରିମ୍ କୋର୍ଟ ଇତିହାସରେ ନୂଆ, ଏକାଥରକେ ଶପଥ ନେଲେ ୯ ବିଚାରପତି

ସୁପ୍ରିମ୍ କୋର୍ଟ ଇତିହାସରେ ନୂଆ, ଏକାଥରକେ ଶପଥ ନେଲେ ୯ ବିଚାରପତି

ସୁପ୍ରିମ୍ କୋର୍ଟ ଇତିହାସରେ ନୂଆ, ଏକାଥରକେ ଶପଥ ନେଲେ ୯ ବିଚାରପତି

ନୂଆଦିଲ୍ଲୀ: ଦେଶରେ ପ୍ରଥମଥର ପାଇଁ ଏକାଥରକେ ୯ ନୂଆ ସୁପ୍ରିମ୍କୋର୍ଟ ବିଚାରପତି ମଙ୍ଗଳବାର ଶପଥ ନେଇଛନ୍ତି। ୩ ମହିଳା ବିଚାରପତି ଏଥିରେ ଶପଥ ନେଇଥିବା ଜଣାପଡ଼ିଛି। ନୂଆ ବିଚାରପତିଙ୍କୁ ମିଶାଇଲେ, ଦେଶର ଏହି ସର୍ବୋଚ୍ଚ ଅଦାଲତରେ ବିଚାରପତିଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି। ସୁପ୍ରିମ୍ କୋର୍ଟ ଇତିହାସରେ ଏହା ନୂଆ ବୋଲି ଆଲୋଚନା ହେଉଛି। ସୁପ୍ରିମ୍ କୋର୍ଟ ସଭାଗୃହରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟ ବିଚାରପତି ଏନ୍ ଭି ରମନା ନୂଆ ବିଚାରପତିମାନଙ୍କୁ ଶପଥ କରାଇଥିଲେ। ଶପଥ ନେଇଥିବା ବିଚାରପତିମାନେ ହେଲେ ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ଜିତେନ୍ଦ୍ର କୁମାର ମାହେଶ୍ବରୀ, ଜଷ୍ଟିସ୍ ହିମା କୋହଲି, ଜଷ୍ଟିସ୍ ବି ନାଗରଥନ୍ନା, ଜଷ୍ଟିସି ସି ଟି ରଭିକୁମାର, ଜଷ୍ଟିସ୍ ଏମ୍ ଏମ୍ ସୁନ୍ଦରେଶ, ଜଷ୍ଟିସ ବେଲା ଏମ୍ ତ୍ରିବେଦି ଏବଂ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଡିସନାଲ୍ ସଲିସିଟର୍ ଜେନେରାଲ ପି ଏସ୍ ନରସିଂହାଙ୍କୁ ମୁଖ୍ୟ ବିଚାରପତି ଶପଥ କରାଇଥିଲେ।