ସିଗାରେଟ୍‌ ଲାଗି ଫୁଟିଲା ଗୁଳି

ସିଗାରେଟ୍‌ ଲାଗି ଫୁଟିଲା ଗୁଳି

ସିଗାରେଟ୍‌ ଲାଗି ଫୁଟିଲା ଗୁଳି

ଭୁବନେଶ୍ୱର : ସିଗାରେଟର ପାଇଁ ମହାଭାରତ ହୋଇଛି  । ଜଣେ ଗ୍ରାହକ ସାମାନ୍ୟ ସିଗାରେଟ ଟାଣିବା ପାଇଁ ଜଣେ ଦୋକାନୀଙ୍କୁ ଗୁଳିମାଡ଼ କରିଛନ୍ତି  । ଫଳରେ ଦୋକାନୀ ଜଣଙ୍କ ଗୁରୁତର ଆହତ ହୋଇଥିବାବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଘଟଣାଟି ଏମିତି  । ଆନନ୍ଦପୁର ଖଡ଼ିବାହାଳ ଛକରେ ଥିବା ଏକ ଦୋକାନ ନିକଟରେ ଜଣେ ଯୁବକ ସିଗାରେଟ ଟାଣୁଥିଲେ  । ତେବେ ଦୋକାନ ଆଗରେ ସିଗାରେଟ ଟାଣିବାକୁ ଦୋକାନୀ ଜଣଙ୍କ ବାରଣ କରିଥିଲେ  । ଦୋକାନ ଆଗରେ ସିଗାରେଟ ନଟାଣି ଅନ୍ୟ ସ୍ଥାନରେ ଟାଣନ୍ତୁ ବୋଲି ପରାମର୍ଶ ଦେଇଥିଲେ । କିନ୍ତୁ ଯୁବକ ଜଣଙ୍କ ଏହି ସାମାନ୍ୟ କଥାକୁ ଗୁରୁତର ସହ ଗ୍ରହଣ କରିଥିଲେ । କାହିଁକି ତାଙ୍କୁ ସିଗାରେଟ ଟାଣିବାକୁ ମନା କଲେ ବୋଲି ସେ ରାଗି ପାଚି ଲାଲ ହୋଇଗଲେ  । ପରେ ବନ୍ଧୁକ ବାହାର କରି ଦୋକାନୀଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ ।

ଗୁଳି ମାଡ଼ରେ ଦୋକାନୀ ଜଣଙ୍କ ସେଇଠାରେ ହିଁ ଲହୁଲୁହାଣ ହୋଇଯାଇଥିଲେ । ଗୁଳି ମାଡ଼ କରି ସଂପୃକ୍ତ ଯୁବକ ଜଣଙ୍କ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା  । ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳର ଅନ୍ୟ ଦୋକାନୀମାନେ ରୁଣ୍ଡ ହୋଇଯିବା ସହ ତୁରନ୍ତ ଗୁରୁତର ଆହତ ଦୋକାନୀଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଇ ଦେଇଥିଲେ  । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।