ସାତକୋଶିଆରେ ଛଡାଗଲା ୬ ଘଡିଆଳ କୁମ୍ଭୀର
ସାତକୋଶିଆରେ ଛଡାଗଲା ୬ ଘଡିଆଳ କୁମ୍ଭୀର
admin
Jan 6, 2021 - 10:05
Updated: Jan 6, 2021 - 10:05
ଅନୁଗୁଳ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆଣି ୬ଟି ଘଡିଆଳ କୁମ୍ଭୀର ଅନୁଗୁଳ ଜିଲ୍ଲା ସାତକୋଶିଆ ମହାନଦୀ ଗଣ୍ଡରେ ଛଡାଯାଇଛି । ସେମାନଙ୍କ ଗତିବିଧିକୁ ନୀରିକ୍ଷଣ କରିବା ପାଇଁ ଦେହରେ ଲଗାଯାଇଛି ଟ୍ରାନ୍ସମିଟର । ଏହି ଘଡିଆଳଙ୍କ ଭିତରେ ୩ଟି ମାଈ ଓ ୩ଟି ଅଣ୍ଡିରା କୁମ୍ଭୀର ଅଛନ୍ତି । ଏଗୁଡିକର ଲମ୍ବ ୨.୩ ମିଟରରୁ ୩,୩ ମିଟର ରହିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏହି ଘଡିଆଳ କୁମ୍ଭୀରଙ୍କ ଦେହରେ ଟ୍ରାନ୍ସମିଟର ଲଗାଇ ଗତ ୨୦୧୯ ଜୁଲାଇ ୨୦ରୁ ଅନୁଧ୍ୟାନ କରାଯାଉଥିଲା ।
ଦୀର୍ଘ ୧୫ ମାସ ଧରି କମ୍ଭୀରଗୁଡିକର ବଂଚିବାର ଶୈଳୀକୁ ଅନୁଧ୍ୟା କରିବା ପରେ ନନ୍ଦନକାନନରୁ ଆଣି ସାତକୋଶିଆରେ ଛଡାଯାଇଛି । ମହାନଦୀ ଗଣ୍ଡର ୧୦ କିଲୋମିଟର ପରିଧିରେ ମାଛ ମାରିବା ଉପରେ କଟକଣା ଲଗାଯାଇଥିବାବେଳେ ସେହି ସ୍ଥାନରେ କୁମ୍ଭୀର ଗୁଡିକୁ ଛାଡି ଦିଆଯାଇଛି । ପୂର୍ବରୁ ମଧ୍ୟ ଏଠାରେ ୬ଟି ଘଡିଆଳ ଛଡା ଯାଇଥିବାବେଳେ ବନ୍ୟା ଓ ଉପଯୁକ୍ତ ସୁରକ୍ଷା ଅଭାବରୁ ସେଗୁଡିକ ମହାନଦୀରେ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏବେ ପୁଣିଥରେ ୬ଟି କୁମ୍ଭୀର ଛାଡି ବନ ବିଭାଗ ଏଗୁଡିକର ବଂଶ ବିସ୍ତାର ଉପରେ ନଜର ରଖିବ ।