ସରକାରଙ୍କୁ ଘେରିବ କଂଗ୍ରେସ : ନରସିଂହ

ସରକାରଙ୍କୁ ଘେରିବ କଂଗ୍ରେସ : ନରସିଂହ

ସରକାରଙ୍କୁ ଘେରିବ କଂଗ୍ରେସ : ନରସିଂହ
ଭୁବନେଶ୍ୱର: ଆସନ୍ତା ୧୩ ତାରିଖ ଦିନ ବିଧାନସଭାର ଶୀତ ଅଧିବେଶନ । ତେବେ ବିଧାନ ଅଧିବେଶନ ପୂର୍ବରୁ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି । ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏନେଇ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟରେ ବଲାଙ୍ଗିର ସମେତ ବହୁ ଜିଲ୍ଲାକୁ ସହାୟତା ମିଳିନାହିଁ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିରୋଧୀ ଦଳ ବିରୋଧରେ ପୁଲିସ ପ୍ରଶାସନକୁ ବ୍ୟବହାର କରାଯାଉଛି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଜାଣିଶୁଣି ରାଜ୍ୟ ସରକାର ଘଣ୍ଟ ଘୋଡ଼ାଉଛନ୍ତି । ଏହି ସବୁ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାନସଭାକୁ କମ୍ପାଇବ । ଏହାଛଡ଼ା ୫-ଟିର କାର୍ଯ୍ୟକାରିତାକୁ ନେଇ ମଧ୍ୟ ବିଧାନସଭାରେ ପ୍ରସଙ୍ଗ ଉଠିବ । ଆସନ୍ତାକାଲି ଦଳର ବିଧାୟକ ଦଳ ବୈଠକରେ ବିସ୍ତୃତ ବିବରଣୀ ପ୍ରସ୍ତୁତ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।