ସବୁ ଦୋକାନରେ କ୍ୟୁଆର କୋଡ ବାଧ୍ୟତାମୂଳକ

ସବୁ ଦୋକାନରେ କ୍ୟୁଆର କୋଡ ବାଧ୍ୟତାମୂଳକ

ସବୁ  ଦୋକାନରେ କ୍ୟୁଆର କୋଡ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଏଥର ଆପଣ ସବୁ ଦୋକାନଗୁଡିକରେ କ୍ୟଆର କୋଡ ଆଧାରରେ ପେମେଂଟ କରିପାରିବେ । ଏହି ବ୍ୟବସ୍ଥାକୁ ସରକାର ସବୁ ଦୋକାନୀଙ୍କ ପାଇଁ ବାଧ୍ୟତାମୂଳକ କରିଛନ୍ତି । ଦେଶରେ ଥିବା ସମସ୍ତ ଛୋଟ ବଡ ଦୋକାନୀମାନେ ଏହି ବ୍ୟବସ୍ଥା ଗ୍ରାହକଙ୍କୁ ଯୋଗଇଦେବେ । ନଗଦ ଟଙ୍କା ନଥିଲେ ପେଟିଏମ ଭଳି ମୋବାଇଲ ୱାଲେଟ କମ୍ପାନୀ ଯେଭଳି ଅନଲାଇନ ସେବା ଯୋଗାଇ ଦେଇଛି, ଠିକ ସେହିଭଳି ବ୍ୟବସ୍ଥା ସବୁ ଦୋକାନୀ ନିଜ ପାଖରେ ରଖିବେ । ଏହାଦ୍ୱାରା ଗ୍ରାହକମାନେ ଜିଏସଟି ଲାଭ ପାଇପାରିବେ । ଏହାକୁ ବାଧ୍ୟତାମୂଳକ ଭାବେ ଲାଗୁ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଏହା ହେଲେ ଉଭୟ ଗ୍ରାହକ, ଦୋକାନୀ ତଥା ରେସ୍ତୋରାଁ ମାଲିକମାନେ ଉପକୃତ ହେବେ ବୋଲି ଅର୍ଥ ମନ୍ତ୍ରାଳୟରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏଥିପାଇଁ ନ୍ୟାଶନାଲ ପେମେଂଟ କର୍ପୋରେଶନ ଅଫ ଇଣ୍ଡିଆ ( ଏନପିସିଆର)କୁ ଦାୟିତ୍ୱ ଦିଆଯିବା ସୂଚନାଯୋଗ୍ୟ, ବିକଶିତ ରାଷ୍ଟ୍ରଗୁଡିକରେ କ୍ୟୁଆର କୋଡ ଭିତିରେ ପେମେଂଟକୁ ବହୁଳ ମାତ୍ରରେ ବ୍ୟବହାର କରାଯାଉଛି । ଏହାଦ୍ୱାରା ଡିଡିଟାଲ ସାକ୍ଷରତା ହାର ବଢିବା ସହିତ କ୍ୟାଶଲେସ କାରାବାର ମଧ୍ୟ ବୃଦ୍ଧି ପାଇଛି । ଦେଶରେ ଦ୍ରବ୍ୟ ଓ ସେବା ଟିକେଟ ଏବଂ ବିମୁଦ୍ରାୟନ ହେବା ପରଠାରୁ ଡିଜିଟାଲ କାରବାରକୁ ଅଗ୍ରାଧିକାର ଦିଆଯାଉଥିବାବେଳେ ବର୍ତମାନର କ୍ୟୁଆର କୋଡ ବ୍ୟବସ୍ଥା ଉପରେ ବିଚାର ଆଲୋଚନା ଚାଲିଛି । ତେବେ ପଶ୍ଚିମବଙ୍ଗ ଏହି ବ୍ୟବସ୍ଥା ସପକ୍ଷରେ ନଥିବା ଜଣାଯାଇଛି ।