ସାବଧାନ! ହାଲିଆ ଲାଗୁଛି କି?
ଭୁବନେଶ୍ୱର : ବହୁ ସମୟରେ କିଛି ପରିଶ୍ରମ ନକରି ମଧ୍ୟ ହାଲିଆ ଲାଗେ ଓ ଅଣନିଃଶ୍ୱାସ ଲାଗେ ତେବେ ତାହା ଗଭୀର ଚିନ୍ତାର ବିଷୟ । ଏପରି ଲକ୍ଷଣର ବିଭିନ୍ନ କାରଣ ଥାଇପାରେ । ସେଥିରୁ ପ୍ରମୁଖ କାରଣ ହେଉଛି ଫୁସଫୁସ୍ ରେ ଜଳୀୟ ଅଂଶ ଜମିରହିଲେ ଏବଂ ଯକ୍ଷ୍ମା ବା ଟିବି ହୋଇଥିଲେ ଏପରି ଲକ୍ଷଣ ବାହାରି ଥାଏ । ଏଥିଯୋଗୁଁ ଫୁସଫୁସରେ ବାୟୁ ସଂଚାଳନ କଷ୍ଟକର ହୋଇଥାଏ । ସେହିପରି ହୃତପିଣ୍ଡର ଅବସ୍ଥା ଯୋଗୁଁ ମଧ୍ୟ ଏପରି ଜଣାପଡ଼ିଥାଏ ।
ଜଣେ ସକ୍ରିୟ ଥିଲେ ମଧ୍ୟ ଜୀବକୋଷ ଗୁନିକ ପାଖରେ ଯଥେଷ୍ଟ ପରିମାଣର ଅମ୍ଳଜାନ ନ ପହଂଚିଲେ ଅଣନିଃଶ୍ୱାସୀ ଅନୁଭବ ହୁଏ । ସୁତରାଂ ହୃଦ୍କ୍ରିୟା ଠିକ୍ରେ ସମ୍ପାଦନ ନ ହେବା ଯୋଗୁଁ ଏହି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ସେହିପରି ତୀବ୍ର ମାନସିକ ଦୁଶ୍ଚିନ୍ତା ମଧ୍ୟ ଏପରି କ୍ଷିପ୍ର ଶ୍ୱାସକ୍ରିୟାର ଅନ୍ୟତମ କାରଣ ହୋଇପାରେ । ଏତି ସହିତ ଅନେକ କ୍ଷେତ୍ରରେ ଅସ୍ୱାସ୍ଥ୍ୟକର ଶରୀର ଓଜନକୁ ମଧ୍ୟ ବିଶେଷଜ୍ଞ ମାନେ ଦାୟୀ କରିଥାନ୍ତି ।
ବୟସ ଓ ଉଚ୍ଚତା ଅନୁପାତରେ ଯଥେଷ୍ଟ କମ୍ ବା ଅଧିକ ଓଜନ ହେଲେ, ଫୁସଫୁସ ଦୁର୍ବଳ ହୋଇଯାଇ ଏପରି ସଂକେତ ପ୍ରଦାନ କରିଥାଏ । ସେହିପରି ପରିବେଶରେ ଥିବା କୈାଣସି ପଦାର୍ଥ ପ୍ରତି ବିକାର ବା ଆଲର୍ଜି ଥିଲେ ମଧ୍ୟ ଶ୍ୱାସକ୍ରିୟା କ୍ଷୀଣ ଥଥା କ୍ଷ୍ରିପ ହୋଇଥାଏ । ତେବେ ଏପରି ଲକ୍ଷଣ ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ କରିବା ନିହାତି ଆବଶ୍ୟକ ।




admin 