ସଡ଼କ ଦୁର୍ଘଟଣା ମୃତ୍ୟୁରେ ଜାତୀୟ ହାରଠୁ ଆଗୁଆ ଓଡ଼ିଶା
ସଡ଼କ ଦୁର୍ଘଟଣା ମୃତ୍ୟୁରେ ଜାତୀୟ ହାରଠୁ ଆଗୁଆ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ୨୦୨୦ରେ ୪୭୩୮ ଜଣ ସଡକ ଦୁର୍ଘଟଣାରେ ଜୀବନ ହରାଇଥିଲେ। ଏଥିରେ ପ୍ରାୟ ୫ ହଜାର ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ କୋଭିଡ୍ ମହାମାରୀ ପାଇଁ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହେବାରୁ ୨୦୧୯ ତୁଳନାରେ ୨୦୨୦ରେ ମୃତ୍ୟୁ ହାର ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଛି। ଏମିତି ତଥ୍ୟ ଦେଇଛନ୍ତି ରାଜ୍ୟ ପରିବହନ ବିଭାଗ।
ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ରାଜ୍ୟରେ ଘଟୁଥିବା ପ୍ରତି ଶହେଟି ଦୁର୍ଘଟଣାରେ ୪୮ ଜଣଙ୍କ ମୃତ୍ୟୁ ହେଉଛି। ଜାତୀୟ ସ୍ତରରେ ଏହି ସଂଖ୍ୟା ୩୬ ରହିଛି। ରାଜ୍ୟସ୍ତରୀୟ ସଡକ ସୁରକ୍ଷା ପରିଷଦ ବୈଠକରେ ପରିବହନ ମନ୍ତ୍ରୀ ଶ୍ରୀ ବେହେରା ଏହି ତଥ୍ୟ ଦେଇଛନ୍ତି। ଏହି ତଥ୍ୟରୁ ସ୍ପଷ୍ଟ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଓଡ଼ିଶାରେ ଅଧିକ ହେଉଛି, ଜାତୀୟ ହାରଠୁ ବି ଓଡ଼ିଶା ଉପରେ ଅଛି।