ସ୍କୁଲ ରୋଷେଇ ଘରେ ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ର ମୃତ୍ୟୁ ମାମଲା : ଦୁଇ ନିଲମ୍ବିତ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଡେଙ୍ଗୁଲା ସ୍କୁଲ ରୋଷେଇ ଘରେ ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ର ମୃତ୍ୟୁ ମାମଲାରେ ଆଦିବାସୀ ଉନୟନ ବିଭାଗ ପକ୍ଷରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାର୍ମେଲ ବିଲୁଙ୍ଗଙ୍କୁ ନିଲମ୍ବିତ କରିବା ସହ ହେଡକ୍ୱାର୍ଟର୍ସ ଛାଡି ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି କୋଇଡା ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିକାଶ ରଞ୍ଜନ ନାଏକଙ୍କୁ କାର୍ୟ୍ୟରୁ ନିଲମ୍ବିତ କରିବା ସହ ହେଡକ୍ୱାର୍ଟର୍ସ ଛାଡି ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଏବାବଦରେ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଭାଗ। ବିଭାଗ ପକ୍ଷରୁ ଆଦିବାସୀ ଉନ୍ନୟନ ବିଭାଗର କମିଶନର ତଥା ସଚିବ ରୁପା ରୋଷନ୍ ସାହୁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।
ସୂଚନା ଥାଉକି, ମୃତ ଛାତ୍ର ଜଣଙ୍କ ହେଲେ ଗେଲେଟ ହାନଗା। ତାଙ୍କ ଘର ସ୍ଥାନୀୟ ପାଟମୁଣ୍ଡାରେ। ଗେଲେଟ ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ସେ ହଷ୍ଟେଲରେ ରହୁଥିଲେ।ଗତ ୬ ତାରିଖରେ ଗେଲେଟ ହଷ୍ଟେଲରେ ରୋଷେୟାଙ୍କୁ ରୋଷେଇରେ ସାହାଯ୍ୟ କରିଥିଲେ। ରୋଷେୟା ସହ ମିଶି ଡାଲି ହଣ୍ଡାକୁ ଚୁଲିରୁ ତଳକୁ ଓହ୍ଲାଉଥିବା ବେଳେ ଗେଲେଟଙ୍କ ହାତରୁ ହଣ୍ଡାଟି ଖସି ଯାଇଥିଲା। ଆଉ ଗରମ ଡାଲି ତାଙ୍କ ଉପରେ ଢ଼ାଳି ଯାଇଥିଲା।




admin 