ସଂସଦରେ ମୋଦି ମୋଦି
ସଂସଦରେ ମୋଦି ମୋଦି
ନୂଆଦିଲ୍ଲୀ: ୪ ରାଜ୍ୟରେ ବିଜେପିର ପୁନଃ ସରକାର ଗଠନ ହେବାକୁ ଯାଉଛି। ଉତ୍ତରପ୍ରଦେଶ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ ବିଜେପି ପୁଣି ସରକାର କରିବାକୁ ଯାଉଛି। ବିଶେଷକରି ଉତ୍ତର ପ୍ରଦେଶ ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବିଜୟ ପରେ ବିଜେପି ନେତା ଓ କର୍ମୀ ଉତ୍ସାହିତ। ଏହି କ୍ରମରେ ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟର ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ। ସଂସଦ ଆରମ୍ଭ ହେବା କ୍ଷଣି ସଂସଦର ଲୋକ ସଭା କକ୍ଷରେ ପ୍ରଧାନମନ୍ତ୍ର ମୋଦି ପ୍ରବେଶ କରେଥିଲେ। ଏହି ସମୟରେ ସମସ୍ତ ବିଜେପି ସାଂସଦ ଓ ମନ୍ତ୍ରୀ ମୋଦି ମୋଦି ସ୍ଳୋଗାନ୍ ଦେଇଥିଲେ। ପୂରା ସଂସଦ ମୋଦିମୟ ହୋଇଯାଇଥିଲା। ବାଚସ୍ପତି ଓମ୍ ବିର୍ଲା ଏହି ସମୟରେ ଆସନ ଥିଲେ ଓ ହସୁଥିବା ଦେଖାଯାଇଥିଲା। ସମସ୍ତ ସାଂସଦ ଓ ମନ୍ତ୍ରୀ ପୋଡ଼ିୟମ୍କୁ ପିଟି ଅଭିବାଦନ ଜଣାଇଥିଲେ। ମୋଦିମୋଦିର ନାରା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କକ୍ଷ ମଧ୍ୟରେ ପ୍ରବେଶ କରିଥିଲେ। ପରେ ସମସ୍ତେ ଭାରତ ମାତାକି ଜୟ ନାରା ଦେଇଥିଲେ।




admin 