ସଂକଟରେ ମହାରାଷ୍ଟ୍ର ସରକାର

ସଂକଟରେ ମହାରାଷ୍ଟ୍ର ସରକାର

ସଂକଟରେ ମହାରାଷ୍ଟ୍ର ସରକାର


ମୁମ୍ବାଇ: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପରେ ପରେ ଶିବସେନାର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହିତ ଯୋଗାଯୋଗ ହୋଇ ପାରୁନି। ସିଂଦେ ଙ୍କ ସହିତ ୩୫ ଅନ୍ୟ ବିଧାୟକଙ୍କ ସହ ମିଶି  ରାଜ୍ୟ ବାହାରକୁ ଚାଲି ଯାଇଥିବା ସୂଚନା ରହିଛି। ସମସ୍ତ ବିଧାୟକ ଶିବସେନା ର କୁହା ଯାଉଛି।  ଅନ୍ୟପକ୍ଷରେ ତାଙ୍କୁ ମୋବାଇଲ୍‌ ଫୋନରେ ଯୋଗାଯୋଗ କରିବା ମଧ୍ୟ ସମ୍ଭବ ହୋଇ ପାରୁନାହିଁ। ନିର୍ବାଚନ ପରେ ଅଚାନକ ବିଧାୟକମାନେ ଏପରି ଦଳବଦ୍ଧ ଭାବେ ରାଜ୍ୟ ବାହାରକୁ ଯାଇ ଆତ୍ମଗୋପନ କରିବା ଘଟଣା ‘ବିଦ୍ରୋହ’ର ଆଭାସ ଦେଉଛି।  ଶିବସେନାର କିଛି ବିଧାୟକଙ୍କ ବିରୋଧରେ କ୍ରସ୍‌-ଭ‌ୋଟିଂ ଅଭିଯୋଗ ଆସିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଶିବସେନା ବିଧାୟକମାନେ ସିନ୍ଦେଙ୍କ ସହଗୁଜୁରାଟର ସୁରଟ ସହରରେ ଏକ ହୋଟେଲ୍‌ରେ ଥିବା ସୂଚନା ମିଳିଛି।ମହାରାଷ୍ଟ୍ର ନିର୍ବାଚନରେ ଶିବସେନା ଏବଂ ଏନ୍‌ସିପି ୨ଟି ଲେଖାଏଁ ଆସନ  ହାତେଇଥିବା ବେଳେ ୫ଟି ଆସନ ଜିତିଥିଲା ଭାରତୀୟ ଜନତା ପାର୍ଟି। ବିଜେପିର ବିଧାୟକ ସଂଖ୍ୟା କମ୍‌ ରହିଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କ ବିଜୟ କ୍ରସ ଭୋଟିଂ ବଳରେ ହୋଇଛି ବୋଲି ଆକଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶିବସେନା ବିଧାୟକମାନେ ଦଳବଦ୍ଧ ଭାବେ ଆତ୍ମଗୋପନ କରିବା ରାଜନୈତିକ ହଟଚମଟ ସୃଷ୍ଟି କରିଛି।ମହାରାଷ୍ଟ୍ର ବିଧାନସଭାରେ ବିଜେପିର ସମୁଦାୟ ୧୦୬ ଜଣ ବିଧାୟକ ରହିଥିବା ବେଳେ ଅବଶିଷ୍ଟାଂଶ ଭୋଟ୍‌ ସ୍ବାଧୀନ ବିଧାୟକ କିମ୍ବା ଅନ୍ୟ ଦଳର ବିଧାୟକଙ୍କଠାରୁ ମିଳିଛି ବୋଲି ଅନୁମାନ କରାଯାଉଛି।ନିର୍ବାଚନ ଜିତିବା ପରେ ବିଜେପି ପ୍ରାର୍ଥୀ ପ୍ରବୀଣ ଦର୍‌କେର୍‌ କହିଥିଲେ ଯେ ‘ଆମେ ବହୁତ ଖୁସି ଯେ ମହାରାଷ୍ଟ୍ର ବିଜେପି ଉପରେ ବିଶ୍ବାସ ରଖିଛି। ଶିବସେନା ଓ କଂଗ୍ରେସର ବିଧାୟକମାନେ କ୍ରସ ଭୋଟିଂ ନିଶ୍ଚୟ କରିଛନ୍ତି। ନଚେତ୍‌ ଆମେ ଏତେ ଭୋଟ୍‌ ପାଇନଥାନ୍ତୁ।’