ଶ୍ରଦ୍ଧାଞ୍ଜଳିଙ୍କୁ ମିଳିଲାନି ଆଗୁଆ ଜାମିନ

ଶ୍ରଦ୍ଧାଞ୍ଜଳିଙ୍କୁ ମିଳିଲାନି ଆଗୁଆ ଜାମିନ

ଶ୍ରଦ୍ଧାଞ୍ଜଳିଙ୍କୁ ମିଳିଲାନି ଆଗୁଆ ଜାମିନ

ଭୁବନେଶ୍ୱର:  ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ କୁହାଯାଉଥିବା  ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଛି ଶକ୍ତ ଝଟକା। ହାଇକୋର୍ଟରୁ ତାଙ୍କୁ ଆଗୁଆ ଜାମିନ ମିଳି ନାହିଁ। ଫଳରେ ସମନ ଅନୁଯାୟୀ ଆସନ୍ତା ୨୪ ତାରିଖରେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ ବୋଲି ସ୍ପଷ୍ଟ ହୋଇଛି ।
ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ମାମଲାରେ ଶ୍ରଦ୍ଧାଞ୍ଜଳି ନିଜକୁ ପୀଡ଼ିତା ଦର୍ଶାଇ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ମାତ୍ର ଇଡି ଦାଖଲ କରିଥିବା ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳି ଅଭିଯୁକ୍ତ ଥିବାରୁ ତାଙ୍କୁ ଆଗୁଆ ଜାମିନ ଦେବାକୁ ସଫା ସଫା ମନା କରି ଦେଇଛନ୍ତି ହାଇକୋର୍ଟ ।
ଭୁବନେଶ୍ୱର ସେସନ୍ସ କୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳିଙ୍କ ନାଁ ଉଲ୍ଲେଖ ରହିଛି।  ଇଡି ପକ୍ଷରୁ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମୋଟ ୨ ହଜାର ୨୪୧ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରାଯାଇଛି।  ଉକ୍ତ ମାମଲାରେ ଶ୍ରଦ୍ଧାଞ୍ଜଳି ଅଭିଯୁକ୍ତ ଥିବାରୁ ତାଙ୍କୁ ଆଗୁଆ ଜାମିନ ଦେଇ ନାହାନ୍ତି ହାଇକୋର୍ଟ।