ଶ୍ରଦ୍ଧାଞ୍ଜଳିକୁ ନେଇ ଏପରି କହିଲେ ଖଗେଶ୍ୱର
ଶ୍ରଦ୍ଧାଞ୍ଜଳିକୁ ନେଇ ଏପରି କହିଲେ ଖଗେଶ୍ୱର
ଭୁବନେଶ୍ୱର : ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ପେଡ଼ି ଖୋଲିବା ପାଇଁ ଖଗେଶ୍ୱରକୁ ଜାମିନ୍ରେ ଆଣିଥିଲା ଇଡି। ଗତ ଦୁଇ ଦିନ ଧରି ଘାଣ୍ଟିଥିଲା। ବୁଧବାର ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ଓ ଖଗେଶ୍ୱରଙ୍କୁ ବସାଇ ମୁହାଁମୁହିଁ ଜେରା କରିଥିଲା ଇଡି। ଜେରା ସମୟରେ ଇଡି ନାନା ପ୍ରଶ୍ନ ପଚାରିଥିଲା। ଆଜି ଖଗେଶ୍ୱରର ରିମାଣ୍ଡ ଅବଧି ସରୁଥିବାରୁ କୋର୍ଟରେ ହାଜର କରାଇଥିଲା। ପୁଣି ଥରେ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ମାତ୍ର କୋର୍ଟ ଇଡିର ଆବେଦନକୁ ଖାରଜ କରିଦେଇଥିଲେ। ତେଣୁ ଖଗେଶ୍ୱରଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି।
କୋର୍ଟରୁ ଜେଲ୍ ଯିବା ବେଳେ ଖଗେଶ୍ୱର ଗଣମାଧ୍ୟମକୁ କହିଛି, ମୁଁ କାହାଠାରୁ ୫ଟା ଆଣିନାହିଁ କି ଦେଇନାହିଁ। ମୁଁ କାହାକୁ ସହଯୋଗ କରିନାହିଁ, ନିର୍ଦ୍ଦୋଷ। ମୁଁ ଶ୍ରଦ୍ଧାଞ୍ଜଳି ବେହେରାକୁ ଚିହ୍ନି ନାହିଁ କି ଜାଣିନାହିଁ। ତାକୁ କେବେ ଦେଖିନାହିଁ ବୋଲି ଖଗେଶ୍ୱର କହିଛି।
ଶ୍ରଦ୍ଧାଞ୍ଜଳି ଓ ଅର୍ଚ୍ଚନାଙ୍କ ବିରୋଧରେ ବ୍ଲାକମେଲିଂ ଓ ହତ୍ୟା ଧମକ ଅଭିଯୋଗ ଆଣି ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ ପରିଜା। ଏହାର କିଛିଦିନ ପରେ ବଦଳିଗଲା ମାମଲାର ମୋଡ଼। ଶ୍ରଦ୍ଧାଞ୍ଜଳି ଖଣ୍ଡଗିରି ଥାନାକୁ ଯାଇ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ବିରୋଧରେ ହନିଟ୍ରାପ୍ ମାମଲାରେ ତାକୁ ମୋହରା କରାଯାଉଥିବା ଦର୍ଶାଇ ଏତଲା ଦେଇଥିଲେ। ସେହି ଏତଲା ଆଧାରରେ ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ କରିଥିଲା କମିଶନରେଟ୍ ପୁଲିସ୍। ପରେ ଖଗେଶ୍ୱରକୁ ବାନ୍ଧିଥିଲା ଇଡି।




admin 