ଶୌଚପାଇଁ ଯାଇଥିଲେ, ଦଳିଦେଲା ଦନ୍ତା

ଶୌଚପାଇଁ ଯାଇଥିଲେ, ଦଳିଦେଲା ଦନ୍ତା

ଶୌଚପାଇଁ ଯାଇଥିଲେ, ଦଳିଦେଲା ଦନ୍ତା

କାମାକ୍ଷାନଗର : ଦନ୍ତା ଆକ୍ରମଣରେ ଦୁଇ ମୃତ । ମୃତକ ହେଲେ ଖାଲପାଳ ଗ୍ରାମର ଅଲେଖ ନାୟକ ଓ ଗଣ୍ଡତୈଲା ସାହିର ବାରି ନାୟକ । ଅଲେଖ ବାଡିପଛପାଖକୁ ଶୌଚପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା ।

ସେହିପରି ବାରି ନାୟକ ମଧ୍ୟ ଶୌଚପାଇଁ ଯାଇଥିବାବେଳେ ସେହି ଦନ୍ତା ଆକ୍ରମଣ କରିଥିଲା । ସେପଟେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଥାଉକି, ଗତ କିଛିଦିନ ହେବ ସହର ମଝିରେ ହାତୀ ବୁଲୁଥିବା ନେଇ ଭାଇରାଲ ହୋଇଥିଲା ଭଡିଓ । ଏପରିକି ଘର ଘର ବୁଲୁଥିଲା ଦନ୍ତା । ଫଳରେ ଲୋକେ ଆତଙ୍କିତ ହୋଇପଡିଥିଲେ । ଏବେ ହାତୀ ଦୁଇ ଜଣଙ୍କ ଜୀବନ ନେବା ପରେ ପରିସ୍ଥିତି ଭୟଙ୍କର ହୋଇପଡିଛି ।