ଶେଷରେ କଂଗ୍ରେସ ଛାଡିଲେ ପ୍ରକାଶ
ଶେଷରେ କଂଗ୍ରେସ ଛାଡିଲେ ପ୍ରକାଶ
admin
Mar 16, 2019 - 05:22
Updated: Mar 16, 2019 - 05:22
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ ମାନଙ୍କ ଅଦଳ ବଦଳ ହେଉଛି । ବହୁ କଳ୍ପନାଜଳ୍ପନା ଅନ୍ତ ଘଟାଇ କଂଗ୍ରେସ ଛାଡ଼ିଛନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଠାଇ ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ପ୍ରକାଶ । ପିସିସି ସଭାପତି ତାଙ୍କ ଅଭିଯୋଗ ଶୁଣୁନଥିବା ଇସ୍ତଫା ପତ୍ରରେ ଦର୍ଶାଇଥିଲେ । କଂଗ୍ରେସ ସହ ୨୦ ବର୍ଷର ସମ୍ପର୍କ ଚ୍ଛିନ୍ନ କରୁଥିବା ମଧ୍ୟ ଦର୍ଶାଇଛନ୍ତି । କଂଗ୍ରେସ ଛାଡିବା ନେଇ ପ୍ରକାଶ ପ୍ରତିକ୍ରିୟା ରଖିଛନ୍ତି ଯେ ଦଳରେ ତାଙ୍କୁ ବାରମ୍ବାର ଅପମାନିତ ହୋଇ ଆସୁଥିଲେ । ନେତୃତ୍ୱ ଆଗରେ ଅଭିଯୋଗ କଲେ ବି ଗୁରୁତ୍ୱ ଦିଆଯାଉନଥିଲା । ତାଙ୍କୁ କଟକ ଜିଲ୍ଲା ସଭାପତି ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା। ବିଜେପିରେ ମିଶିବା ସମ୍ଭାବନା ରହିଛି ବୋଲି କହିଛନ୍ତି, ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତି ନେବେ ପ୍ରକାଶ ।
ବରଗଡରେ ଶୁକ୍ରବାର ଥିଲା ରାହୁଲ ଗାନ୍ଧୀଙ୍କ ସମାବେଶ । କଂଗ୍ରେସର ବରିଷ୍ଠ ନେତାମାନେ ରାହୁଲଙ୍କ ଗସ୍ତର ସଫଳତା ପାଇଁ ଲାଗି ପଡିଥିବାବେଳେ ଏପଟେ ଦଳ ଛାଡ଼ିବା ପାଇଁ ସଜବାଜ ହେଉଥିଲେ ପ୍ରକାଶ । ତେବେ ଶନିବାର ସେ ଦଳ ଛାଡ଼ିଥିବାବେଳେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ । ପ୍ରଥମେ ସେ ବିଜେଡ଼ିରେ ମିଶିବାକୁ ଚାହୁଁଥିଲେ ମଧ୍ୟ ଏଯାଏଁ ବିଜେଡ଼ି ପକ୍ଷରୁ ସବୁଜ ସଂକେତ ମିଳିନାହିଁ । ଅପରପକ୍ଷରେ ପ୍ରକାଶ ବିଜେପି ନେତାମାନଙ୍କ ସହ ଆଲୋଚନା କରିଥିବା କୁହାଯାଉଛି । ଫଳରେ ବିଜେପିରେ ତାଙ୍କର ଯୋଗଦାନ ସମ୍ଭାବନା ଅଧିକ ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟଯେ, ପଂଚାୟତ ନିର୍ବାଚନ ପରଠାରୁ ପ୍ରକାଶ ଆଉ ସାଲେପୁରରେ କଂଗ୍ରେସ ସଂଗଠନ ଦିଗରେ ଗୁରୁତ୍ୱ ଦେଉନଥିଲେ । ନିଜର ସମସ୍ତ କାର୍ୟ୍ୟକ୍ରମରେ ସେ ଦଳୀୟ ପୋଷ୍ଟର କି ବ୍ୟାନର ମଧ୍ୟ ବ୍ୟବହାର କରୁନଥିଲେ । ନିର୍ବାଚନମଣ୍ଡଳୀରେ ସେ ଏକ ବଡ ଶୋଭାଯାତ୍ରାରେ ଆୟୋଜନ କରିଥିଲେ ମଧ୍ୟ କଂଗ୍ରେସର ବ୍ୟାନରଟେ ବ୍ୟବହାର କରାଯାଇନଥିଲା । ଅପରପକ୍ଷରେ ଆମ ଗାଁ ଆମ ବିକାଶର ତୋରଣରେ ବିଜେଡି ଚିହ୍ନ ଓ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ଫଟୋ ମରାଯାଇଥିବା ଦେଖିବାକୁ ମିଳିଥିଲା ।