ଶେଷ ବର୍ଷ ୟୁଜି ଓ ପିଜି ପରୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ଶେଷ ବର୍ଷ ୟୁଜି ଓ ପିଜି ପରୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ଶେଷ ବର୍ଷ ୟୁଜି ଓ ପିଜି ପରୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି
ନୂଆଦିଲ୍ଲୀ : ଚଳିତ ବର୍ଷ ସମସ୍ତ ୟୁଜି ଏବଂ ପିଜି ପରୀକ୍ଷା ଅନୁଷ୍ଠିତ ହେବ । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ କମିଟି ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମତ ରଖିଛନ୍ତି । ତେବେ ପରୀକ୍ଷା କେବେ ହେବ ସେ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କର ରହିବ ବୋଲି ବେଞ୍ଚ ରାୟ ଶୁଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୩୦ ମଧ୍ୟରେ ଶେଷ ବର୍ଷ ପରୀକ୍ଷା କରାଇବା ପାଇଁ ୟୁଜିସି ପକ୍ଷରୁ ନିଦେ୍ର୍ଧଶ ଦିଆ ଯାଇଥିଲା ।